fbpx

୧୦ଟା ପରେ ଭୁବନେଶ୍ୱରରେ ବାଜିବନି DJ: ବିଏମସି ଆଣିଲା ନୂଆ ନିୟମ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବାହାଘର, ବ୍ରତଘର ବା ଜନ୍ମ ଦିନ ଡିଜେ ବାଜିବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ନୂତନ ନିୟମ ଲାଗୁ କରାଯାଇଛି । କୋଭିଡ୍ କଟକଣା ସ୍ୱରୂପ ରାତି ୧୦ ଟା ପରେ ଆଉ ଡିଜେ ବାଜି ପାରିବ ନାହିଁ ।

ଯଦି କେହି ବ୍ୟକ୍ତି ଡିଜେ ବଜାଉଛନ୍ତି ଏ ସମ୍ପର୍କରେ ପୋଲିସ ବିଭାଗରେ ଅଭିଯୋଗ ପାଇଁ କୁହାଯାଇଛି । ଏକ ହେଲ୍ପଲାଇନ ନମ୍ବର ୦୬୭୪-୨୫୪୦୨୯୪ ମଧ୍ୟ ଲଞ୍ଚ କରାଯାଇଛି । କୋଭିଡ କାରଣରୁ ରାତି ୧୦ଟା ପରେ ଡିଜେ ବାଜିବା ଏବଂ ବାଣ ଫୁଟିବା ଉପରେ କଟକଣା ରହିଛି । ଏହା ସହିତ ରାତି ୧୦ ଟା ପରେ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି ।

Get real time updates directly on you device, subscribe now.