fbpx

୫୫ବର୍ଷ ପରେ ଫେରିଲେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି

ଝାରସୁଗୁଡ଼ା, ୧୮ା୧୨(ଓଡ଼ିଶା ଭାସ୍କର): ଏକ ଆଶ୍ଚର୍ଯ୍ୟକର ଘଟଣା ଆଜି ସାମ୍ନାକୁ ଆସିଛି । ଏକ ବ୍ୟକ୍ତି ନିଖୋଜ ହେବାର ୫୫ବର୍ଷ ପରେ ଫେରିଛନ୍ତି, ଯାହାକୁ ଆଗରୁ ମୃତ ମଧ୍ୟ ଘୋଷିତ କରାଯାଇ ସାରିଥିଲା । ଝାରସୁଗୁଡ଼ାର ଚାରୁ ବେସନ ନାମକ ଜଣେ ବ୍ୟକ୍ତି ୨୦ବର୍ଷ ବୟସରେ ନିଖୋଜ ହୋଇଯାଇଥିଲେ । ସେ ବ୍ରଜରାଜନଗର ଉପକଣ୍ଠ ଲମଟିବିହାଲ ଗୁଆଲାପଡ଼ାରେ ଚାରୁ ରହୁଥିଲେ । ୩ଦିନ ତଳେ ପଶ୍ଚିମବଙ୍ଗରେ ଚାରୁ ବେସନ ଠାବ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଠାବ କରିଛନ୍ତି ନିରାଶ୍ରୟ ଲୋକଙ୍କୁ ମଶାରି ବାଣ୍ଟୁଥିବା ସ୍ୱେଚ୍ଛାସେବୀ । ପଶ୍ଚିମବଙ୍ଗର ବିଭିନ୍ନ ଷ୍ଟେସନରେ ପରିବାରକୁ ଚାରୁ ଖୋଜୁଥିବା ବେଳେ ତାଙ୍କୁ ଠାବ କରାଯାଇଛି ।

Get real time updates directly on you device, subscribe now.