ପ୍ରେମିକା ସହ ହେଲା ଝଗଡ଼ା, ଓଢଣୀରେ ଫାଶୀ ଦେଇ ଆତ୍ମହତ୍ୟା କଲା ପ୍ରେମିକ, ରାତି ସାରା ଶବ ପାଖେ ବସି କାନ୍ଦୁଛି ଯୁବତୀ
ପ୍ରେମିକାର ଓଢଣୀରେ ଫାଶିଦେଇ ଦେଲା ଯୁବକ, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ
ନୂଆଦିଲ୍ଲୀ: କରୁଣ ପ୍ରେମ କାହାଣୀ। ଉତ୍ତରପ୍ରଦେଶର ସହାରନପୁରରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଅଞ୍ଚଳରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ଫାଶୀଦେଇ ପ୍ରାଣ ହାରିଛନ୍ତି ଏବଂ ତାଙ୍କ ମୃତଦେହ ପାଖରେ ତାଙ୍କ ପ୍ରେମିକା ବସି କାନ୍ଦୁଛି।
ଏହି ଦୁହିଁଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ବନ୍ଧ ଥିଲା। ହେଲେ ଯୁବକ ଜଣକ ମୁସଲିମ ସଂପ୍ରଦାୟର ଏବଂ ଯୁବତୀଜଣକ ଦଳିତ ସମୁଦାୟର ଥିଲେ। ଏହି କାରଣ ପାଇଁ ଦୁହିଁଙ୍କ ପରିବାର ଲୋକେ ଏହି ସଂପର୍କକୁ ସ୍ୱୀକାର କରୁନଥିଲେ।
ଯୁବତୀଙ୍କର ନିର୍ବନ୍ଧ ଅନ୍ୟ ଏକ ସ୍ଥାନରେ ହୋଇଥିଲା। ଏଥିପାଇଁ ଯୁବକଜଣକ ରାଗିଯାଇଥିଲେ। ରାତିରେ ଏହି ପ୍ରେମୀଯୁଗଳ ଜଙ୍ଗଲରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ଏହି ସ୍ଥାନରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯୁବତୀଙ୍କ ଓଢଣୀ ନେଇ ଗଛରେ ଫାଶୀ ଲଗାଇଦେଲେ ଯୁବକ।
ଏହି ଘଟଣା ସ୍ଥାନୀୟ ଲୋକେ ଜାଣିବା ପରେ, ଘଟଣାସ୍ଥଳରେ ସମସ୍ତେ ରୁଣ୍ଡ ହୋଇଥିଲେ। ପୋଲିସ ଯୁବକଙ୍କ ମୃତଦେହକୁ ନେଇ ପୋଷ୍ଟମର୍ଟମ କରିବା ପଠାଇବା ପରେ ମୃତଦେହ ପାଖରେ ଥିବା ଯୁବତୀଙ୍କୁ ହେପାଜତରେ ନିଆଯାଇ ପଚରାଉଚରା କରାଯାଉଛି।