fbpx

ଥରେ ନିର୍ବାଚନ ସରିଯାଉ, ତା’ପରେ ଜନସାଧାରଣ ଖାଲି କାନ୍ଦିବେ, ଆକାଶଛୁଆଁ ହୋଇଯିବ ତୈଳ ଦର

ନୂଆଦିଲ୍ଲୀ: ବର୍ତ୍ତମାନ ରୁଷ୍ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଦେଖାଦେଇଛି । ସ୍ଥିତି ଏଭଳି ରହିଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ରୁଷ ଦିନକରେ ୧ କୋଟି ବ୍ୟାରେଲ ତୈଳ ଉତ୍ପାଦନ କରୁଥିବା ବେଳେ ତାହା ବିଶ୍ୱ ଚାହିଦାର ୧୦ ପ୍ରତିଶତ ଅଟେ । ଏଥିସହ ରୁଷ୍ ୟୁରୋପକୁ ପ୍ରଚୁର ମାତ୍ରାରେ ପ୍ରାକୃତିକ ଗ୍ୟାସ୍ ମଧ୍ୟ ଯୋଗାଇଥାଏ । ତେବେ ଯୋଗାଣ ବାଧାପ୍ରାପ୍ତ ହେଲେ ଇନ୍ଧନ ଦର ଆକାଶଛୁଅାଁ ହୋଇ ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଦେଶରେ ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ତୈଳ ଦରକୁ ଚାପି ରଖାଯାଇଥିବା କୁହାଯାଉଛି । ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ୮ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଲାଣି । ନିର୍ବାଚନ ଥିବାରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ଦରକୁ ଅପରିବର୍ତ୍ତିତ ରଖିଛନ୍ତି । ଥରେ ନିର୍ବାଚନ ଶେଷ ହୋଇଯାଉ, ଏହାପରେ କମ୍ପାନୀଗୁଡ଼ିକ ଦର ବଢ଼ାଇବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗତ ୨୦୨୧ ଡିସେମ୍ବର ପହିଲାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୯ ଡଲାର ଥିବା ବେଳେ ଏବେ ତାହା ୯୫ ଡଲାରରେ ପହଞ୍ଚିଛି । ଅର୍ଥାତ ମାତ୍ର ଦେଢ଼ ମାସରେ ଏହି ଦର ୩୭ ପ୍ରତିଶତ ବୃଦ୍ଧି ଘଟିଛି ।

Get real time updates directly on you device, subscribe now.