fbpx
BSKY SKY
BSKY SKY

ଆଜାଦଙ୍କ ଇସ୍ତଫା ପରେ ମନୀଷ ତିଓ୍ଵାରୀଙ୍କ କଡା ଆଭିମୁଖ୍ୟ, କହିଲେ- ମୁଁ କଂଗ୍ରେସର ଭଡାଟିଆ ନେତା ନୁହେଁ

BSKY

ନୂଆଦିଲ୍ଲୀ: ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପାଞ୍ଚ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଦେଇ କଂଗ୍ରେସ ପ୍ରତି ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି। ସଂପ୍ରତି ରାଜନୈତିକ ଘଟଣାକ୍ରମ ପରେ ରାଜ୍ୟସଭା ସାଂସଦ ମନୀଷ ତିଓ୍ଵାରୀ ନିଜ ପାର୍ଟିକୁ ପୁଣି ଥରେ ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଜି-୨୩ କଂଗ୍ରେସ ସୁପ୍ରିମୋଙ୍କୁ ପାର୍ଟିର ସ୍ଥିତିକୁ ନେଇ ଯେଉଁ ଚିଠି ଲେଖିଥିଲା, ତାହା ଉପରେ ଯଦି ଧ୍ୟାନ ଦିଆଯାଇଥାନ୍ତା ହୁଏତ ଆଜି ଦଳରେ ଏମିତି ସ୍ଥିତି ଉପୁଜିନଥାନ୍ତା। ଏଥିସହ ନିଜର ସ୍ଥିତି ସ୍ପଷ୍ଟ କରି କହିଛନ୍ତି, ମୁଁ ଏହି ପାର୍ଟିର ଭଡାଟିଆ ନେତା ନୁହେଁ ବରଂ ଜଣେ ସଦସ୍ୟ।

ମନୀଷ କହିଛନ୍ତି, ୨ ବର୍ଷ ପୂର୍ବେ ଆମ ମଧ୍ୟରୁ ୨୩ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ। ପାର୍ଟିର ସ୍ଥିତି ଚିନ୍ତାଜନକ ଥିବା ଚିଠିରେ ଦର୍ଶାଇଥିଲୁ। ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍ ଥିଲା। ଉକ୍ତ ଚିଠି ପରେ କଂଗ୍ରେସ ସମସ୍ତ ବିଧାନସଭା ନିର୍ବାଚନ ହାରିଥିଲା। ଯଦି କଂଗ୍ରେସ ଏବଂ ଭାରତର ଗୋଟିଏ ଚିନ୍ତାଧାରା ତେବେ ଦଳକୁ ଏମିତି ଦିନ ଦେଖିବାକୁ ପଡିନଥାନ୍ତା।

ଏମିତି ଲାଗୁଛି ୧୮୮୫ରୁ ବର୍ତ୍ତମାନର କଂଗ୍ରେସ ଏବଂ ଭାରତ ମଧ୍ୟରେ ସମନ୍ଵୟର ଫାଟ ସୃଷ୍ଟି ହୋଇଛି। ଦଳକୁ ଆତ୍ମ ନୀରିକ୍ଷଣର ଆବଶ୍ୟକତା ରହିଛି। ୨୦୨୦ ଡିସେମ୍ବର ୨୦ରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ହୋଥିବା ବୈଠକରେ ସହମତି ପ୍ରକାଶ ପାଇଥିଲେ ଦଳରେ ଆଜି ଏମିତି ସ୍ଥିତି ଉତ୍ପନ ହୋଇନଥାନ୍ତା। ଗୁଲାମ ନବୀ ଆଜାଦଙ୍କ ଚିଠିର ଗୁଣ-ଦୋଷ ବିଷୟରେ ମୁଁ କିଛି କହିବାକୁ ଚାହେଁ ନାହିଁ। ବୋଧହୁଏ ଆଜାଦ ହିଁ ଏହି ବିଷୟରେ ବୁଝାଇବା ପାଇଁ ସଠିକ୍ ବ୍ୟକ୍ତି ବୋଲି କଂଗ୍ରେସ ସାଂସଦ ମନୀଷ ତିଓ୍ଵାରୀ କହିଛନ୍ତି।

Get real time updates directly on you device, subscribe now.