fbpx
BSKY SKY
BSKY SKY

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ଓଡିଶା ଝିଅ! ହେମନ୍ତଙ୍କ ପରେ କଳ୍ପନାଙ୍କୁ ମିଳିପାରେ ଝାଡଖଣ୍ଡ ଗାଦି

BSKY

ଭୁବନେଶ୍ୱର: ମୁଁ ଜଣେ ଆଦିବାସୀ ପୁଅ । ଆଦିବାସୀ ସମ୍ପ୍ରଦାୟ ମାନଙ୍କ ପାଇଁ କାର୍ଯ୍ୟକରୁଛି ଆଉ ଆଗକୁ ମଧ୍ୟ କରିବି । କିଛି ଏଭଳି ଦୃଢ଼ ଉକ୍ତି ବାନ୍ଧିଛନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋସିଆଲ ମିଡିଆରେ ଏଭଳି କିଛି ପ୍ରକାଶ କରିଛନ୍ତି ସୋରେନ । ବର୍ତ୍ତମାନ ଝାଡଖଣ୍ଡ ରାଜନୀତି ସରଗରମ ହୋଇଛି । ବେଆଇନନ ତେବେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ହେମନ୍ତ ସୋରେନ ।

ଯଦି ହେମନ୍ତ ଇସ୍ତଫା ଦିଅନ୍ତି ବର୍ତ୍ତମାନ କିଏ ଝାଡଖଣ୍ଡର ଗାଦି ସମ୍ଭାଳିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହି ରେସରେ ସୋରେନଙ୍କ ସ୍ତ୍ରୀ ଏବଂ ବାପା ଶିବୁ ସୋରେନ ଏବଂ ମାଆ ରୁପି ସୋରେନ ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ବର୍ତ୍ତମାନର ସ୍ଥିତି ଅନୁସାରେ ହେମନ୍ତ ସୋରେନଙ୍କ ସ୍ତ୍ରୀଙ୍କ ନାମ ସବୁ ଠାରୁ ଅଧିକ ଚର୍ଚ୍ଚା ହେଉଛି । କୁହାଯାଉଛି ଯଦି ହେମନ୍ତ ଆଜି ଇସ୍ତଫା ଦିଅନ୍ତି ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । କହିବାକୁ ଗଲେ ପ୍ରଛଦପଟ୍ଟରେ ରହି ରାଜନୈତିକ ଗୋଟି ଚଳାଇବେସୋରେନ । ତେବେ କଳ୍ପନା ହେଉଛନ୍ତି ଓଡିଶା ମୂଳ ନିବାସୀ । ତାଙ୍କ ଘର ହେଉଛି ଓଡିଶାର ମୟୁରଭଞ୍ଜରେ ।  କଳ୍ପନା ୨୦୦୬ ଫେବ୍ରୁଆରି ୭ରେ ହେମନ୍ତଙ୍କୁ ବିବାହ କରିଛନ୍ତି । ସେ ଏକ ଘରୋଇ ସ୍କୁଲ୍ ପରିଚାଳନା କରୁଛନ୍ତି ।

ଯଦି ମହିଳା ସଶକ୍ତି କରଣ ଦିଗ ଉପରେ ନଜର ପକାଇବା ତେବେ ସବୁ ଆଡେ ବର୍ତ୍ତମାନ ନାରୀ ମାନଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଉଛି । ତେଣୁ ଏଥିରୁ ଆଶା କରାଯାଉଛି ଝାଡଖଣ୍ଡର ଗାଦିରେ ଓଡିଆ ଝିଅ ବିରାଜମାନ ହେବାର ଆଶା ବହୁତ ଅଛି । ତେବେ ଏହି ସବୁ କଳ୍ପନା ଜଳ୍ପନାର ଖୁବ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି । ଆଜି ନିଷ୍ପତ୍ତି ଆସିଲାପରେ ହିଁ ଜଣା ପଡିବ ଝାଡଖଣ୍ଡ ମଙ୍ଗ କିଏ ଧରିବ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ତଥ୍ୟ ସାର୍ବଜନୀନ ହୋଇଯିବ ।

 

 

Get real time updates directly on you device, subscribe now.