fbpx
BSKY
BJD MS SKY
BJD YOUTH SKY

SI ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ

ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି । ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମିଳିଛି ସ୍ୱାଗତିକାଙ୍କ ମୃତଦେହ ।

ମିଳିଥିବା ସୂଚନା ଅନୁସାରେ, କ୍ୱାର୍ଟର୍ସରେ ସ୍ୱାଗତିକା ଏକୁଟିଆ ରହୁଥିଲେ । କିନ୍ତୁ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି, ତାହାର କାରଣ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଜି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.