fbpx

ଭଦ୍ରକ-ବାଲେଶ୍ୱରରେ ପରେ ମୟୂରଭଞ୍ଜକୁ ‘ୟଶ’ ଭୟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନୟାନ୍ତ କରିଦେଇଛି । ତେବେ ଏହାର ପ୍ରଭାବରେ ଆଜି ରାତି ଯାଏଁ ୧୨୦-୧୩୦ କିମି ପର୍ଯ୍ୟନ୍ତ ପବନ ବୋହିବା କୁହାଯାଇଛି । ସେହିପରି ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପକୂଳ ଜିଲ୍ଲାରେ ସନ୍ଧ୍ୟା ଯାଏଁ ପବନ ଓ ବର୍ଷା ଲାଗି ରହିପାରେ । ପରେ ଏହା କମି ୬୦-୭୦ କିମି ବେଗ ରହିବ ।

ଅନୁରୂପ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଅତି ପ୍ରବଳ ବର୍ଷା ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଭଦ୍ରକ ଓ ବାଲେଶ୍ୱରରେ ସ୍ଥିତି ଅଣାୟତ୍ତ କରିଦେଇଛି ବାତ୍ୟା ୟଶ । ବାସୁଦେବପୁର ଅଞ୍ଚଳରେ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି ଏବଂ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମରାରେ ମଧ୍ୟ ବାତ୍ୟା ଖୁବ୍ ପ୍ରଭାବ ପକାଇଛି । ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଛି ଗଛ । ଆଜବେଷ୍ଟସ୍ ଓ ଛଣଛପର ଘର ଅନେକ ସ୍ଥାନାରେ ଉଡ଼ି ଯାଇଛି । ତେବେ ଭଦ୍ରକ ଓ ବାଲେଶ୍ୱରକୁ ବାଦ୍ ଦେଲେ କେନ୍ଦ୍ରାପଡ଼ା ସମେତ ଯାଜପୁରରେ ବାତ୍ୟା ୟଶ୍ ମଧ୍ୟ ତାଣ୍ଡବ ରଚିଛି । ପ୍ରବଳ ପବନ ବୋହିବା ସହ ଅବିରତ ବର୍ଷା ହୋଇଛି । ଅନ୍ୟପକ୍ଷରେ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ସ୍ଥଳଭାରେ ବାତ୍ୟା ଏହାରା ଅତି ଭୀଷଣ ପ୍ରଭାବ ରଚିବା ପରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Yaas effect in Balasore #OdishaBhaskar

ଖାଲି ସେତିକି ନୁହେଁ, ବାତ୍ୟାର ପ୍ରଭାବ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାହାନଗାରେ ଅଧିକ ରହିଥିବାବେଳେ ଜିଲ୍ଲାର ସୀମା ସଂଲଗ୍ନ ପଶ୍ଚିମବଙ୍ଗର ଦୀଘା ସମେତ ଅନ୍ୟାନ୍ୟ ଅଞ୍ଚଳରେ ପଡ଼ିଛି । ପଡ଼ୋଶୀ ଛତିଶଗଡ଼ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.