fbpx
BSKY SKY
BSKY SKY

ବ୍ଲାକ୍, ହ୍ୱାଇଟ୍ ପରେ ଏବେ ୟେଲୋ ଫଙ୍ଗସ୍, ଚିହ୍ନଟ ହେଲା ପ୍ରଥମ ମାମଲା

BSKY

ଭୁବନେଶ୍ୱର: ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତା ପଛକୁ ଆହୁରି ଦୁଇଟି ମହାମାରୀ ଦେଖାଯାଇଥିଲା । ଯାହାକି ବ୍ଲାକ୍ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ । ଏହି ବ୍ଲାକ୍ ଫଙ୍ଗସ୍ ଦେଶର ବିଭିନ୍ନ ରାଜ୍ୟରେ କାୟା ମେଲାଇଥିବା ବେଳେ ଏଥିରେ ଅନେକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି । ଆଉ ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ମଧ୍ୟ ରୋଗୀଙ୍କ ଠାରେ ଠାବ ହୋଇଛି । ତେବେ ବ୍ଲାକ୍ ଏବଂ ହ୍ୱାଇଟ୍ ପରେ ବର୍ତ୍ତମାନ ୟେଲୋ ଫଙ୍ଗସ୍ ର ପ୍ରଥମ ମାମଲା ସାମନାକୁ ଆସିଛି । ଯାହା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ତେବେ ଏହି ମାମଲା ଆସିଛି ଉତ୍ତରପ୍ରଦେଶର ଗାଜିଆବାଦ୍ ରୁ । ୟେଲୋ ଫଙ୍ଗସ୍ ରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଶେଷଜ୍ଞଙ୍କ ମାନେ ଏହି ୟେଲୋ ଫଙ୍ଗସ୍ ର ଲକ୍ଷଣ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ଭାବରେ ଏହାର ଲକ୍ଷଣ ହେଉଛି ଭୋକ କମ୍ ଲାଗିବା ଏବଂ ବେଳେ ଭୋକ ଜମାରୁ ବି ନ ଲାଗିବା । ଏଥିସହିତ ସଂକ୍ରମିତ ରୋଗୀର ଓଜନ ହଠାତ୍ କମ୍ ହୋଇଯିବା, ଶରୀରରେ ହେଉଥିବା ଘା’ ମନ୍ଥର ଗତିରେ ଠିକ୍ ହେବା, ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେବା; ଇତ୍ୟାଦି ଲକ୍ଷଣ ୟେଲୋ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହୋଇଥିବା ରୋଗୀଙ୍କ ଠାରେ ଦେଖିବାକୁ ମିଳେ । ବିଶେଷଜ୍ଞ କହିବାନୁସାରେ ଏହି ୟେଲୋ ଫଙ୍ଗସ୍ ଅନ୍ୟ ଦୁଇଟି ଅର୍ଥାତ୍ ବ୍ଲାକ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ ଠାରୁ ବି ଅଧିକ ମାରାତ୍ମକ । ତେଣୁ ଏହାର ଲକ୍ଷଣ ଶରୀରରେ ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.