fbpx

ଆବୁଧାବିରେ ମନ୍ଦିର ନିର୍ମାଣ ପରେ ଭାରତ UAE ସହିତ କଲା ୧୦୦ ଅରବ ଡଲାରର ଚୁକ୍ତି, ଏହି କ୍ଷେତ୍ରରେ ହେବ ଧନବର୍ଷା

Advertisement

ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟସ୍ (UAE)ରେ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ପରେ ଭାରତ ଓ ୟୁଏଇ ସଂପର୍କ ଲଗାତର ସୁଦୃଢ ହେବାରେ ଲାଗିଛି । ଏବେ ଭାରତ ଓ ୟୁଏଇ ମଧ୍ୟରେ ୨୦୩୦ ପର୍ଯ୍ୟନ୍ତ ୧୦୦ ଅରବ ଆମେରିକୀୟ ଡଲାରର ଅଣତୈଳ ବିଜନେସକୁ ନେଇ ବଡ ଡିଲ୍ ହୋଇଛି । ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ)ର ଅଧ୍ୟକ୍ଷ ଆର୍‌.ଦୀନେଶ ଏହି କଥା କହିଛନ୍ତି । ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ କପଡା, ଆଭୂଷଣ ଓ ଫାର୍ମା ପରି କ୍ଷେତ୍ରରେ ବ୍ୟବସାୟ ବୃଦ୍ଧିର ବଡ ଅବସର ରହିଛି । ସେ କହିଛନ୍ତି ଭାରତ ଓ ୟୁଏଇ ମଧ୍ୟରେ ୨୦୨୨ରେ ମୁକ୍ତ ବ୍ୟବସାୟ ବୁଝାମଣା (ଏଫଟିଏ) ଆଧାରରେ ଦ୍ୱିପାକ୍ଷୀୟ ବ୍ୟବସାୟ ଓ ନିବେଶରେ ବୃଦ୍ଧି ଘଟିଛି ।

ବିିଶ୍ୱ ନିବେଶକ କାର୍ଯ୍ୟକ୍ରମ ଇନଭେଷ୍ଟଟୋପିଆ ଓ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଦ୍ୱିପାକ୍ଷୀୟ ବୈଠକରେ ଭାଗ ନେବା ପାଇଁ ଦୀନେଶ ଆବୁଧାବି ଆସିଥିଲେ । ଦୀନେଶ କହିଛନ୍ତି, ଭାରତ ଓ ୟୁଏଇ ମଧ୍ୟରେ ୧୦୦ ଅରବ ଡଲାରର ଅଣ ତୈଳ ଚୁକ୍ତି ଏକ ମହତାକାଂକ୍ଷୀ ଲକ୍ଷ୍ୟ ଅଟେ ।

ଆର୍ଥିକ ବର୍ଷ ୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ବିଜନେସ୍ ୮୪.୯ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଭାରତ ଏବେ ୟୁଏଇର ସବୁଠାରୁ ବଡ ଅଣ ତୈଳ ବ୍ୟବସାୟରେ ଭାଗିଦାରୀ ଅଟେ । ଭାରତର ବିଶାଳ ଉପଭୋକ୍ତା ଆଧାର ଓ ବର୍ଦ୍ଧିତ ଭିତ୍ତିଭୂମି କ୍ଷମତା ୟୁଏଇର ବିଭିନ୍ନ ଉତ୍ପାଦ ଲାଗି ଏକ ଆକର୍ଷକ ବଜାର ପାଲଟିଛି ।

Get real time updates directly on you device, subscribe now.