fbpx

DA ବଢ଼ିଲା, ପୁଣି VDA ବଢ଼ିଲା: କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଦିପାବଳୀ ଗିଫ୍ଟ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ପୁଣି ଏକ ଗୁଡ୍ ନ୍ୟୁଜ୍ ମିଳିଛି । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏବେ କେନ୍ଦ୍ର ସରକାର ଭାରିଏବଲ ମହଙ୍ଗା ଭତ୍ତା (ଭିଡିଏ) ବୃଦ୍ଧି କରିଛନ୍ତି । ପୂର୍ବରୁ କର୍ମଚାରୀଙ୍କୁ ନବରାତ୍ରି ଉପହାର ମିଳିଥିବା ଏବେ ଦିପାବଳୀ ଉପହାର ମିଳିଛି । ମିନିମମ୍ ୱେଜ୍ କର୍ମଚାରୀଙ୍କୁ ଦିଆଯାଉଥିବା ଭିଡିଏରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ଭିଡିଏ ବୃଦ୍ଧି ଘୋଷଣା କରାଯାଇଛି । ଏବେ କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ବୃର୍ଦ୍ଧିତ ଭିଡିଏ ମିଳିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସନ୍ତା ଅକ୍ଟୋବର ୧ ତାରିଖରୁ କର୍ମଚାରୀମାନେ ଏହି ଘୋଷଣାର ବେନିଫିଟ୍ ପାଇପାରିବେ । ଏନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞାପନ ଜାରି କରାଯାଇଛି ।

ଏହି ନୋଟିଫିକେସନ ଅନୁଯାୟୀ, କେନ୍ଦ୍ର ସରକାର ଗତ ୨୦୧୭ ଜାନୁଆରୀ ୧୯ ତାରିଖର ବିଜ୍ଞପ୍ତିକୁ ଧ୍ୟାନରେ ରଖି ଭିଡିଏ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଡିଏ ବଢ଼ିବା ପରେ ଏବେ ହାଉସିଂ ରେଣ୍ଟ ଆଲାଉନ୍ସ (ଏଚଆରଏ) ବଢ଼ିବା ନେଇ ଚର୍ଚ୍ଚା ହେଉଛି । ଏନେଇ କେନ୍ଦ୍ର କ୍ୟାବିନେଟ ଖୁବଶୀଘ୍ର ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଯଦି କର୍ମଚାରୀଙ୍କ ଏଚଆରଏ ବଢ଼େ ତେବେ ଏହା ବିଭିନ୍ନ ବର୍ଗର ସହରବାସୀଙ୍କ ସାଲାରି ଆଧାରରେ ଘୋଷଣା କରାଯାଇପାରେ । ‘ଏକ୍ସ’ ବର୍ଗର କର୍ମଚାରୀଙ୍କ ପାଇଁ ୪ରୁ ୫ ପ୍ରତିଶତ, ‘ୱାଇ’ ବର୍ଗଙ୍କ ପାଇଁ ୨ ପ୍ରତିଶତ ଓ ‘ଜେଡ’ ବର୍ଗଙ୍କ ପାଇଁ ୧ ପ୍ରତିଶତ ଏଚଆରଏ ବଢ଼ିପାରେ ।

Get real time updates directly on you device, subscribe now.