fbpx

ଆଦିବାସୀଙ୍କ ଧାର୍ମିକ ଭାବନା ଲାଠି ଦେବତା: ଆଜି ବି ବିଧି ବିଧାନ ଭାବେ ହୋଇଥାଏ ଲାଠି ପୂଜା

ସବୁଜ ବନ ପାହାଡ଼ ବେଷ୍ଟିତ ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜୟପୁର ସହର । ଏହି ପ୍ରାଚୀନ ସହରରେ ଅନୁଷ୍ଠିତ ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ରହିଛି ସ୍ୱତନ୍ତ୍ର ପରିଚୟ । ବିଶେଷ କରି ଜୟପୁର ଦଶହରା ମହୋତ୍ସବର ପରମ୍ପରା ବହୁ ପ୍ରାଚୀନ ଏବଂ ଗୌରବମୟ । ଏହାର ବିଶେଷତ୍ୱ ହେଉଛି ଅଭିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଗୋଷ୍ଠିଙ୍କ ଧର୍ମଧାରା ସହ ଜୟପୁର ରାଜ ପରିବାରର ଧର୍ମୀୟ ରାଜନୀତିର ଅପୂର୍ବ ସମନ୍ୱୟ ।

ହଜାର ହଜାର ଲୋକଙ୍କ ସମାଗମ ଭିତରେ ରାବଣପୋଡି ଉତ୍ସବ ଏକ ମୁଖ୍ୟ ଆକର୍ଷଣ ରହିଥାଏ ଏହି ଐତିହ୍ୟ ସହରରେ । ସ୍ଥାନୀୟ ବିଧାୟକ ତଥା ଦଶହରା କମିଟିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି ରାବଣପୋଡି ମହୋତ୍ସବରେ ଯୋଗ ଦେଇଥିଲେ । ତେବେ ଜୟପୁର ଦଶହରା ଉତ୍ସବର ମୁଖ୍ୟ ଆକର୍ଷଣ ତଥା ପରମ୍ପରା ହେଉଛି ଲାଠି ପୂଜା । ଆଦିବାସୀଙ୍କ ଧାର୍ମିକ ଭାବନା ଏହି ଲାଠି ଦେବତାଙ୍କ ପ୍ରତି ସମର୍ପିତ ଥାଏ । ରାଜରାଜୁଡ଼ା ଅମଳରୁ ଲାଠି ଦେବତାଙ୍କୁ ଫୁଲ, ଚନ୍ଦନ, ନଡ଼ିଆ, ଗୁଆ, କପଡା ଦେଇ ସ୍ୱାଗତ କରାଯାଏ ।

ସେମାନେ ନିଜ ଅଂଚଳ ରୁ ଲାଠି ଦେବତାଙ୍କୁ ଧରି ଚାଲି ଚାଲି ଆସନ୍ତି ଜୟପୁରର ରାଜମହଲକୁ । ବିଧିବିଧାନ ଭାବେ ପୂଜାର୍ଚ୍ଚନା ହୁଏ ମା କନକ ଦୁର୍ଗାଙ୍କ ପାଖରେ ଭସାଣି ଉତ୍ସବରେ ଶହ ଶହ ଲାଠି ଦେବତାଙ୍କ ଉପସ୍ଥିତ ଏକ ନିଆରା ବାତାବରଣ ତିଆରି କରାଇଥାଏ । ଆଜି ରାଜତନ୍ତ୍ର ନାହିଁ ସତ, ରାଜ ପ୍ରସାଦ ମଧ୍ୟ ଭଗ୍ନସ୍ତୁପରେ ପରିଣତ ହୋଇଛି । ହେଲେ ଆଜି ବି ବଞ୍ଚି ରହିଛି ସେହି ପରମ୍ପରା । ଆଜି ଏହି ପରମ୍ପରାରେ ହିଁ ଚାଲିଛି ଏକ ପୂଜା ବିଧି ।

Get real time updates directly on you device, subscribe now.