fbpx
BJD SKY
BJD SKY

ବିମାନରେ ପୋଷା ଜୀବଙ୍କୁ ମଧ୍ୟ ସାଙ୍ଗରେ ନେଇପାରିବେ! ଏହି ଏୟାରଲାଇନ୍ କରୁଛି ଯୋଜନା…

BJD

ନୂଆଦିଲ୍ଲୀ: ପ୍ରାୟ ୨ ମାସ ପୂର୍ବେ ଆରମ୍ଭ ହୋଇଥିବା ଅକାଶା ଏୟାରଲାଇନ ଏହାର ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ଅଫର୍ । ନଭେମ୍ବରରେ କମ୍ପାନୀ ଯାତ୍ରୀଙ୍କୁ ବିମାନରେ ଯାତ୍ରା ସମୟରେ ସେମାନଙ୍କର ପାଳିତ କୁକୁର ଏବଂ ବିଲେଇଙ୍କୁ ନେବାପାଇଁ ଅନୁମତି ଦେବ । କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବିନୟ ଦୁବେ କହିଛନ୍ତି ଯେ କମ୍ପାନୀ ଅକାଶା ଏୟାରଲାଇନର ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ୬୦ ଦିନ ମଧ୍ୟରେ ସନ୍ତୋଷଜନକ ରହିଛି ।

ଅକାଶା ଏୟାରଲାଇନର ସହ-ସଂସ୍ଥାପକ ଏବଂ ୱେଲସନ କନଟିହ୍ନୋ କହିଛନ୍ତି ଯେ ନଭେମ୍ବରରେ ଯାତ୍ରା ସମୟରେ ପୋଷା ଜୀବଜନ୍ତୁଙ୍କୁ ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ । ଏଥିପାଇଁ ବୁକିଂ ୧୫ ଅକ୍ଟୋବରୁ ଆରମ୍ଭ ହେବ । ପ୍ରତ୍ୟେକ ପୋଷା ଜନ୍ତୁଙ୍କ ପାଇଁ ପିଞ୍ଜରାରେ ରହିବାକୁ ହେବ । ସେ କହିଛନ୍ତି ଯେ ପିଞ୍ଜରା ସହ ଓଜନ ସୀମା କ୍ୟାବିନରେ ସାତ କିଲୋଗ୍ରାମ ଏବଂ ଚେକ୍ ଇନରେ ୩୨ କିଲୋଗ୍ର୍ରାମ ହେବ । ସେ ଆହୁରି କହିଛନ୍ତି ଯେ ଭାରି ପୋଷା ଜନ୍ତୁଙ୍କ ପାଇଁ ଅନ୍ୟ ଏକ ବିକଳ୍ପ ହେବ ।

ସୂଚନାଯୋଗ୍ୟ, ଅକାଶା ଏୟାରଲାଇନ୍ ର ୨୦୨୩ ର ଦ୍ୱିତୀୟ ଅର୍ଦ୍ଧବାର୍ଷିକିରେ ଅନ୍ତରାଷ୍ଟ୍ରୀୟ ସେବା ଆରମ୍ଭ କରିବାର ଯୋଜନା ରଖିଛି । କମ୍ପାନୀ ଚଳିତ ବର୍ଷ ଅଗଷ୍ଟରେ ପରିଚାଳନା ଆରମ୍ଭ କରିଥିଲା ।

Get real time updates directly on you device, subscribe now.