fbpx

କାହିଁକି କେବଳ କଳା ଓ ଧଳା ରଙ୍ଗର ହୋଇଥାଏ ମୋବାଇଲ ଚାର୍ଜର? ଜାଣନ୍ତୁ ଏହାର ରହସ୍ୟ…

ନୂଆଦିଲ୍ଲୀ: କେବେ ମୋବାଇଲ ଚାର୍ଜରକୁ ନେଇ ଆପଣଙ୍କ କିଛି ପ୍ରଶ୍ନ ଆସିଛି କି? କାହିଁକି ମୋବାଇଲ ଚାର୍ଜରର ରଙ୍ଗ କେବଳ କଳା କିମ୍ବା ଧଳା ହୋଇଥାଏ? କାହିଁକି ଅନ୍ୟ କୌଣସି ରଙ୍ଗରେ ମିଳି ନଥାଏ ଚାର୍ଜର? ଏହି ପ୍ରଶ୍ନ ଏବଂ ,ହାର ଉତ୍ତରକୁ ନେଇ ଅନେକ ତର୍କ ହୋଇସାରିଛି । କିନ୍ତୁ ଅନେକ ଆଲୋଚନା ଏବଂ ଚିନ୍ତା କରିବା ପରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତୁ ଜାଣିବା କାହିଁକି ମୋବାଇଲର ରଙ୍ଗରେ ପରିବର୍ତ୍ତନ ହୋଇନଥାଏ ।

ଅନ୍ୟ ରଙ୍ଗ ତୁଳନାରେ କଳା ରଙ୍ଗ ଅଧିକ ହିଟ ଅବଜର୍ଭ କରିପାରେ । ଏହି ରଭ୍ଗକୁ ଏକ ଆଦର୍ଶ ଉତ୍ସର୍ଜକ ବୋଲି ମଧ୍ୟ କୁହାଯାଇଥାଏ, କାରଣ ଏହି ରଙ୍ଗର ଉତ୍ସର୍ଜକ ମାନ ୧ ହୋଇଥାଏ । ଏହାସହିତ କଳା ଜିନିଷ ଅନ୍ୟ ରଭ୍ଗ ଅପେକ୍ଷା ସାମାନ୍ୟ ଶସ୍ତା ମଧ୍ୟ ହୋଇଥାଏ । ତେଣୁ କିଛି କମ୍ପାନୀ ସେମାନଙ୍କ ଚାର୍ଜରର ରଭ୍ଗ କଳା ହିଁ ରଖିଥାନ୍ତି । ସେହିପରି ଧଳା ରଙ୍ଗର ଚାର୍ଜରରେ ରିଫ୍ଲେକ୍ଟର କ୍ଷମତା କମ ରହିଥାଏ । ବାହାରୁ ଆସୁଥିବା ଗରମକୁ ଭିତରେ ପହଞ୍ଚିବାକୁ ଦେଇ ନଥାଏ ଧଳା ରଙ୍ଗର ଚାର୍ଜର । ଏହାକୁ ନିୟନ୍ତ୍ରଣ କରିବାର କ୍ଷମତା ଥିବାରୁ ଏହାର ରଙ୍ଗ ସ୍ଥିର ରହିଛି ।

ପ୍ରତ୍ୟେକ ଚାର୍ଜର ପ୍ରାୟତଃ ଏକ ପ୍ରକାର କାମ କରିଥାଏ । ତେବେ ଘରକୁ ଆସୁଥିବା କରେଣ୍ଟ ବିଶେଷ କରି ଅଲଟରନେଟିଭ କରେଣ୍ଟ(ଏସି) ପାଇଁ ହିଁ ହୋଇଥାଏ । କିନ୍ତୁ ମୋବାଇଲ ଭଳି କିଛି ବ୍ୟାଟେରୀ ଚାଳିତ ଉପକରଣରେ ଡିସି କରେଣ୍ଟର ଆବଶ୍ୟକତା ରହିଥାଏ । ଏହି କାମ କରିଥାଏ ମୋବାଇଲ ଚାର୍ଜର । ବ୍ୟାଟେରୀର ଚାର୍ଜକୁ ଷ୍ଟୋର କରିବା ସହ କରେଣ୍ଟକୁ ଏସିରୁ ଡିସିକୁ ପରିବର୍ତ୍ତନ କରିଥାଏ ।

Get real time updates directly on you device, subscribe now.