fbpx

ଦୁର୍ଗାପୂଜା ଭସାଣି: କଟକର ଦୁଇ ସାହି ମଧ୍ୟରେ ଆରମ୍ଭ ହେଲା ଗଣ୍ଡଗୋଳ

ନୂଆଦିଲ୍ଲୀ: ଦଶହରା ସରିବା ପରେ ଆଜି ବିଦାୟ ନେଉଛନ୍ତି ମାଆ ଦୁର୍ଗା । ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାଲିଛି ଦଶହରା ଭସାଣି । ତେବେ ଦଶହରାର ସମସ୍ତ ଖୁସିରେ ବର୍ଷା ବାଧା ସାଜିଥିବା ବେଳେ ଆଜି ଭସାଣି ବେଳେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ମା’ଙ୍କ ମେଢ଼ ଭସାଣି ବେଳେ ଦେଖିବାକୁ ମିଳିଛି ବାଡ଼ିଆପିଟା ।

ସୂଚନା ମୁତାବକ, ମେଢ଼ ଭସାଣି ବେଳେ ଆଜି କଟକର ଦୁଇ ସାହି ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଝାଞ୍ଜିରିମଙ୍ଗଳା ଗଡ଼ା ନିକଟରେ ଦୁଇ ସାହି ମଧ୍ୟରେ ଢେଲା ପଥର ମାଡ଼ ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପୁରୀ ପ୍ରଶାସନ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଭସାଣି ଉତ୍ସବକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଯଦି ପାଗ ଶୁଶିଲା ରୁହେ ତେବେ ଭସାଣି ଉତ୍ସବ କରାଯିବ । ଜିଲ୍ଲାର ପୂଜା କମିଟି ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଅନ୍ୟପକ୍ଷରେ ରାଜ୍ୟର ଅନେକ ସ୍ଥାନରେ ଆଜି ଭସାଣି ଉତ୍ସବ ଧୁମଧାମରେ ପାଳିତ ହେଉଥିବା ବେଳେ କିଛି ସ୍ଥାନରେ ନିଆରା ଢଙ୍ଗର ଭସାଣି ଉତ୍ସବ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଡଙ୍ଗାରେ ମା’ଙ୍କର ଭସାଣି ଉତ୍ସବ ପାଳନ କରାଯାଇଛି । ବର୍ଷ ବର୍ଷ ଧରି ଏହି ପରମ୍ପରା ପାଳିତ ହୋଇ ଆସୁଛି ।

Get real time updates directly on you device, subscribe now.