fbpx

୭୭ ବଲରେ ୩୯ Boundaries…ପ୍ରଥମ ଖେଳାଳି ଭାବେ ଟି-୨୦ରେ ମାରିଲେ ଡବଲ ସେଞ୍ଚୁରୀ

ନୂଆଦିଲ୍ଲୀ:ମାତ୍ର ୭୭ଟି ବଲର ଖେଳ । ଆଉ ଏହି ୭୭ ବଲରେ ଲାଗିଛି ୨୨ଟି ଛକା ଆଉ ୧୭ଟି ଚୌକା । ଏହାପରେ ଟି-୨୦ କ୍ରିକେଟ ଇତିହାସରେ ଯୋଡି ହୋଇଛି ରେକର୍ଡର ଆଉ ଏକ ସୁନେଲି ଫର୍ଦ୍ଦ । ଟି-୨୦ ଫର୍ମାଟରେ ପ୍ରଥମ ଖେଳାଳି ଭାବେ ସେ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ସିଏ ବି ମାତ୍ର ୭୭ ବଲରେ ଆଉ ୨୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ । ଏହା ସହିତ ନିଜ ନାଁ ଆଗରେ ଯୋଡି ଦେଇଛନ୍ତି ଆଉ ଏକ ବିଶ୍ୱ ରେକର୍ଡ ।

ଟି-୨୦ ଫର୍ମାଟରେ ଅର୍ଦ୍ଧଶତକ ହାସଲ କରିବା ମଧ୍ୟ ଅନେକ ସମୟରେ କଷ୍ଟକର ହୋଇପଡେ । କିନ୍ତୁ ରୋହିତ ଶର୍ମା, ବାବର ଆଜମଙ୍କ ଭଳି ଖେଳାଳିଙ୍କୁ ନେଇ ଏହା ଆଶା କରାଯାଇପାରେ । ତେବେ ଏମାନଙ୍କ ପୂର୍ବରୁ କିନ୍ତୁ ଏକ ଟି-୨୦ ମ୍ୟାଚରେ ଏହି କାରନାମା କରି ଦେଖାଇଛନ୍ତି ଜଣେ ଖେଳାଳି । ମାତ୍ର ୭୭ ବଲରୁ ସେ ହାସଲ କରି ନେଇଛନ୍ତି ଟି-୨୦ ଇତିହାସର ପ୍ରଥମ ଡବଲ ସେଞ୍ଚୁରୀ । ୱେଷ୍ଟ ଇଣ୍ଡିଜର ରଖିମ କର୍ଣ୍ଣୱାଲ, ଯିଏ କି ଆଜି ବିପକ୍ଷ ଦଳର ବୋଲରମାନଙ୍କ ପାଇଁ ସାଜିଥିଲେ ଏକ ଭୟଙ୍କର ଝଡ ତୋଫାନ । ୭୭ ବଲ ଖେଳି ସେଥିରୁ ୩୯ ଥର ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଛନ୍ତି । ଏହି ପାଳିରେ ୨୨ଟି ଛକା ଏବଂ ୧୭ଟି ଚୌକା ମାରିଛନ୍ତି ରକିମ । ଆଉ ତାଙ୍କର ଏହି ରୂପରେ ଥରି ଉଠିଛି ବିପକ୍ଷ ଦଳର ଡ୍ରେସିଙ୍ଗ ରୁମ । ବ୍ୟକ୍ତିଗତ ଭାବେ ୭୭ ବଲରେ ୨୦୫ ରନର ଏକ ବିଶାଳ ସ୍କୋର କରି ନିଜ ନାଁରେ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । ପ୍ରଥମ ଖେଳାଳି ଭାବେ ଟି-୨୦ ଫର୍ମାଟରେ ସେ ଦ୍ୱିଶତକ ହାସଲ କରିଛନ୍ତି ।

ଆମେରିକାର ଅଟଲାଣ୍ଟା ଓପନ ଟି-୨୦ ଲିଗରେ ଦେଖିବାକୁ ମିଳିଛି କର୍ଣ୍ଣୱାଲଙ୍କ ଏହି ଚମତ୍କାର ପାଳି । ଅଟଲାଣ୍ଟା ଫାୟାର ତରଫରୁ ଖେଳି ସ୍କ୍ୱାର ଡ୍ରାଇଭକୁ ଏମିତି ଏକ ହାର୍ଟ ଆଟାକ ଦେଇଛନ୍ତି ରଖିମ କର୍ଣ୍ଣୱାଲ । ଏହି ଭୟଙ୍କର ଇନିଂସରେ ସ୍କ୍ୱାର ଡ୍ରାଇଭର ସମସ୍ତ ବୋଲର ମୁଣ୍ଡ ନୁଆଇଁଥିଲେ । ପ୍ରଥମ ୪୩ ବଳରେ ସେ ଶତକ ଅର୍ଜନ କରିଥିବା ବେଳେ ୭୭ ବଲରେ ୨୦୦ ରନ ପାର କରିଛନ୍ତି ।

ନିଜର ଓଜନ ଏବଂ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା ଏହି କାରବିୟନ ପ୍ଲେୟର ଆଜି ନିଜ ଧମାକାଦାର ଇନିଂସ ପାଇଁ ବିଶ୍ୱ ରେକର୍ଡର ଅଧିନାରୀ ହୋଇ ପାରିଛନ୍ତି । ଅନେକ ଥର ୱେଷ୍ଟଇଣ୍ଡିଜ ପାଇଁ ସେ ମ୍ୟାଚ ୱିନିଙ୍ଗ ପାରି ଖେଳିଛନ୍ତି । କିନ୍ତୁ ଏହି ମ୍ୟାଚ ତାଙ୍କ ପାଇଁ ଖୁବ ସ୍ପେଶାଲ ଏବଂ ସ୍ମରଣୀୟ ହୋଇ ରହିବ । ତେବେ ଏହି ମ୍ୟାଚ ପରେ ଏବେ ୱେଷ୍ଟଇଣ୍ଡିଜ ତରଫରୁ ଟି-୨୦ ଫର୍ମାଟରେ ତାଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.