ପାକିସ୍ତାନକୁ ଧରାଶାୟୀ କରିବା ପରେ ଦେଶର ବୀର ଯବାନଙ୍କୁ ସଲାମ କଲେ ସୂର୍ଯ୍ୟକୁମାର ଯାଦବ, କହିଲେ ଏହି ବିଜୟ ପହଲଗାମ୍ ପୀଡିତଙ୍କ ପାଇଁ

"ଆମେ ସବୁବେଳେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାର ସହିତ ଠିଆ ହୋଇଛୁ"।

ଦୁବାଇ: ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ଏସିଆ ମ୍ୟାଚ୍ ୨୦୨୫, ଯାହାକୁ ପୁରା ଦେଶ ଚାତକ ପରି ଚାହିଁ ରହିଥିଲା। ଆଉ ଦେଶର ସମ୍ମାନ ରଖିବାକୁ ଯାଇ ଭାରତ ପାକିସ୍ତାନକୁ ଦୁବାଇ ମାଟିରେ ଧୂଳି ଚଟାଇଲା।

୭ ଓ୍ୱିକେଟରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ଆଉ ସବୁଠାରୁ ବଡ଼ କଥା ହେଉଛି ଏହି ମ୍ୟାଚରେ ବିଭିନ୍ନ ପ୍ରକାରର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେପରି ସବୁ ମ୍ୟାଚ୍ ସରିବା ପରେ ଉଭୟ ଦଳର ଖେଳାଳିମାନେ ହାତ ମିଶାନ୍ତି ହେଲେ ଏହି ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇନଥିଲେ ଭାରତୀୟ ଖେଳାଳି।

ଯେଉଁଥିରୁ ସ୍ପଷ୍ଟ ବାରି ହେଉଥିଲା କି ଭାରତ ଯଦିଓ ପାକିସ୍ତାନ ସହ ଏହି ମ୍ୟାଚ୍ ଖେଳୁଛି କିନ୍ତୁ ଅନ୍ତରରେ କେବଳ ଗୋଟିଏ ଜିନିଷ ପ୍ରତିଧ୍ୱନିତ ହେଉଛି ତାହା ହେଉଛି ପହଲଗାମର ଆତଙ୍କବାଦୀ ହମଲାର ଭୟାବହ ଦୃଶ୍ୟ।

ଭାରତ ପାକିସ୍ତାନ ସହ ମ୍ୟାଚ୍ ଖେଳୁଥିଲା ସତ କିନ୍ତୁ ମନରେ ଗୋଟିଏ ଲକ୍ଷ୍ୟ ଥିଲା ପାକିସ୍ତାନକୁ ହରାଇ ଗୋଟେ ପ୍ରକାର ପହଲଗାମ ହମଲାର ପ୍ରତିଶୋଧ ନେବା। ଯାହା ସତକୁ ସତ ପ୍ରମାଣିତ ହେଲା। ଆଉ ପାକିସ୍ତାନକୁ ହରାଇବା ପରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦେଶର ବୀର ଯବାନମାନଙ୍କୁ ସଲାମ କରିଥିଲେ।

ପାକିସ୍ତାନ ମାଟି କାମୁଡିଲା: ଭାରତୀୟ କ୍ରିକେଟ୍ ଦଳ ୨୦୨୫ ଟି-୨୦ ଏସିଆ କପ୍ ରେ ଏକ ଚମତ୍କାର ଢଙ୍ଗରେ ପାକିସ୍ତାନୀ ଦଳକୁ ୭ ୱିକେଟରେ ପରାସ୍ତ କରିଛି।

ଏହି ମ୍ୟାଚ୍ ରେ ଭାରତୀୟ ଦଳର ବୋଲର ଏବଂ ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ପାକିସ୍ତାନୀ ଦଳ ଭାରତକୁ ଜିତିବା ପାଇଁ ୧୨୮ ରନର ଟାର୍ଗେଟ ଦେଇଥିଲା, ଯାହା ପରେ ଭାରତ ଏହି ଟାର୍ଗେଟକୁ ସହଜରେ ହାସଲ କରିଥିଲା। ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବହୁତ ଖୁସି ଦେଖାଯାଉଥିଲେ।

ଏହି ବିଜୟ ଭାରତୀୟ ଯବାନଙ୍କର: ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ଆମେ ଏହି ବିଜୟକୁ ଆମର ସମସ୍ତ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛୁ, ଯେଉଁମାନେ ଅଦମ୍ୟ ସାହସ ଦେଖାଇଛନ୍ତି ଏବଂ ଆମର ଏକତା ପ୍ରକାଶ କରିଛନ୍ତି।

ଆଶା କରୁଛି ସେମାନେ ଆମକୁ ପ୍ରେରଣା ଦେଇ ଚାଲିବେ। ଆମେ ଯେତେବେଳେ ସୁଯୋଗ ପାଇବୁ ପଡିଆରେ ଭଲ ପ୍ରଦର୍ଶନ କରି ସେମାନଙ୍କୁ କୁସି କରିବୁ।  ଏହାସହ ସୂର୍ଯ୍ୟ କହିଛନ୍ତି ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାର ସହିତ ମଧ୍ୟ ଠିଆ ହୋଇଛୁ।

ଭାରତୀୟ ଦଳ ସହଜ ବିଜୟ ହାସଲ କରିଛି: ପାକିସ୍ତାନୀ କ୍ରିକେଟ୍ ଦଳରୁ କେବଳ ସାହିବଜାଦା ଫରହାନ ଭଲ ବ୍ୟାଟିଂ କରିପାରିଥିଲେ। ସେ ୪୦ ରନ କରିଥିଲେ।

ତାଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ବିଶେଷ କିଛି ଦେଖାଇ ପାରିନଥିଲେ ଏବଂ ସମ୍ପୂର୍ଣ୍ଣ ଫ୍ଲପ୍ ପ୍ରମାଣିତ ହୋଇଥିଲେ। ଏହି କାରଣରୁ ଦଳ ମାତ୍ର ୧୨୭ ରନରେ ଅଲଆଉଟ୍ ହୋଇଥିଲା।

ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ଭାରତୀୟ ସ୍ପିନରଙ୍କ ବିରୋଧରେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହା ପରେ ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଇନିଂସ ଯୋଗୁଁ ଭାରତ ସହଜରେ ଲକ୍ଷ୍ୟ ହାସଲ କରିପାରିଥିଲା।