ବଢିବାରେ ଲାଗିଛି କେଜ୍ରିୱାଲଙ୍କ ଅଡୁଆ, ଇଡି ପରେ ଏବେ ସିବିଆଇ କହିଲା ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇ ରାଡାରକୁ ଆସିଯାଇଛନ୍ତି । ବିଆର୍‌ଏସ୍ ନେତା କେ. କବିତାଙ୍କ ରିମାଣ୍ଡକୁ ନେଇ କୋର୍ଟ ପହଞ୍ଚିଥିବା ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ନେଇଛନ୍ତି ଓ ତାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କହିଛନ୍ତି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ କହିଛନ୍ତି ତାଙ୍କ ପାଖରେ ହ୍ୱାଟସଆପ୍ ଚାଟିଂ ଓ ସହଅଭିଯୁକ୍ତ ମାନଙ୍କର ବୟାନ ବି ଅଛି ।

ମଦ ଦୁର୍ନିତୀ ମାମଲାରେ ପ୍ରଥମେ ଇଡି ଓ ପରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କେ.କବିତାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ରାଉଜ୍ ଆଭେନ୍ୟୁ କୋର୍ଟରେ ତାଙ୍କୁ ହାଜର କରାଇଛି । ଶୁଣାଣୀ ସମୟରେ ସିବିଆଇ ଓକିଲ ତିହାର ଜେଲ୍‌ରେ ବନ୍ଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ନେଇଛନ୍ତି । ସେ କହିଛନ୍ତି ଦକ୍ଷିଣାଞ୍ଚଳର ଜଣେ ମଦ ବ୍ୟବସାୟୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ଓ ଦିଲ୍ଲୀରେ ତାଙ୍କ ବ୍ୟବସାୟ ଲାଗି ସହଯୋଗ ମାଗିଥିଲେ । କେଜ୍ରିୱାଲ ତାଙ୍କୁ ସହଯୋଗ କରିବେ ବୋଲି ଭରସା ଦେଇଥିଲେ । ଏହି ମାମଲାରେ ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ସିବିଆଇ ଓକିଲ କହିଛନ୍ତି ।

Get real time updates directly on you device, subscribe now.