fbpx

ଏଣିକି ଆଉ ମିଳିବନି ‘ଗ୍ଲୋ ଆଣ୍ଡ୍ ହ୍ୟାଣ୍ଡସମ୍’ କ୍ରିମ୍: ହାଇକୋର୍ଟ ଲଗାଇଲେ ରୋକ୍, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: କଲିକତା ହାଇକୋର୍ଟ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡକୁ ତାଗିଦ କରିଛନ୍ତି । କମ୍ପାନୀର ବିଜ୍ଞାପନ ଟ୍ରେଡ୍ ମାର୍କ ନିୟମକୁ ଉଲ୍ଲଂଘନ କରିଛି ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଛି ଯେ, ଗ୍ଲୋ ଏବଂ ହ୍ୟାଣ୍ଡସମ ନାମରେ କୌଣସି ଫେୟାରନେସ୍ ପ୍ରଡକ୍ଟ ବର୍ତ୍ତମାନ ଉପଲବ୍ଧ ହେବ ନାହିଁ ।

କାରଣ କ’ଣ :-

୨୦୨୦ ମସିହାରେ ହିନ୍ଦୁସ୍ତାନ ୟୁନିଲିଭର ପୁରୁଷଙ୍କ ଫେୟରନେସ୍ ବ୍ରାଣ୍ଡ ‘ମେନ୍ସ ଫେୟାର ଆଣ୍ଡ ଲଭଲି’ର ନାଁ ପରିବର୍ତ୍ତନ କରି ଗ୍ଲୋ ଆଣ୍ଡ ହ୍ୟାଣ୍ଡସମ କରିଥିଲା । ଏହି ନାମଟି ଏକ ସ୍ଥାନୀୟ କମ୍ପାନୀର ଏକ ଫେୟାରନେସ୍ ବ୍ରାଣ୍ଡ ଫେୟାର ଆଣ୍ଡ ହ୍ୟାଣ୍ଡସମ ସହିତ ସମାନ ଥିଲା । ଏଭଳି ପରିସ୍ଥିତିରେ ଇମାମି ୨୦୨୦ ମସିହାରେ ଏଚୟୁଏଲ ବିରୋଧରେ ମାମଲା ଦାୟର କରିଥିଲା ।

କୋର୍ଟ କ’ଣ କହିଛନ୍ତି?

ଏହି ମାମଲାରେ କୋର୍ଟ କହିଛନ୍ତି ଯେ ଗ୍ଲୋ ଏବଂ ହ୍ୟାଣ୍ଡସମ ନାମ ଇମାମିର ପଞ୍ଜୀକୃତ ପ୍ରଡକ୍ଟ ଫେୟାର ଆଣ୍ଡ ହ୍ୟାଣ୍ଡସମ ସହିତ ସମାନ, ଯାହା ବିଭ୍ରାନ୍ତିକର । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏକ ପ୍ରସିଦ୍ଧ ତଥା ଅଗ୍ରଣୀ ପ୍ରଡକ୍ଟ ନାମର ଗୁରୁତ୍ୱପୂର୍ଣ୍ଣ ଅଂଶ ବ୍ୟବହାର କରିବା ଏବଂ ସମାନ ନାମ ରଖିବା ଭୁଲ । ଗ୍ଲୋ ଏବଂ ହ୍ୟାଣ୍ଡସମ ଶବ୍ଦ ଚୟନ କରି ଏଚୟୁଏଲ ଇମାମିର ପ୍ରଡକ୍ଟ ଫେୟାର ଆଣ୍ଡ ହ୍ୟାଣ୍ଡସମର ବ୍ରାଣ୍ଡିଂର ଲାଭ ଉଠାଇବାକୁ ଚେଷ୍ଟା କରିଛି । ଏଭଳି ପରିସ୍ଥିତିରେ ତାଙ୍କର ପ୍ରତାରଣା କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.