fbpx

‘The Kashmir Files’ର ସଫଳତା ପରେ ବିବେକ ଅଗ୍ନିହୋତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ପ୍ରସ୍ତୁତ ହେବ ‘The Delhi Files’

Advertisement

ନୂଆଦିଲ୍ଲୀ: ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଅଦ୍ଭୂତପୂର୍ବ ସଫଳତା କରିଛି । ତେଣୁ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ‘ଦି ଦିଲ୍ଲୀ ଫାଇଲ୍ସ’ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ବିବେକ ।

କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ‘ଦି କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ରେକର୍ଡ ପୂର୍ବକ ରୋଜଗାର କରିଛି । କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ବର୍ବରୋଚିତ କାହାଣୀକୁ ସିଲଭର ସ୍କ୍ରିନରେ ଉପସ୍ଥାପିତ କରି ବିବେକ ଚାରିଆଡ଼ୁ ସାବାସୀ ପାଇଥିଲେ । କ୍ଷୁଦ୍ର ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଆୟ କ୍ଷେତ୍ରରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା ।

ତେଣୁ ଫିଲ୍ମର ଏପରି ସଫଳତା ଦେଖିବା ପରେ ନିର୍ଦ୍ଦେଶକ ବିବେକ ନିଜର ନୂଆ ପ୍ରୋଜେକ୍ଟର ନାମ ଘୋଷଣା କରିଦେଇଛନ୍ତି । ବିବେକ ତାଙ୍କର ନୂଆ ଫିଲ୍ମର ଟାଇଟଲକୁ ନେଇ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି- ‘ଯେଉଁମାନେ ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ସଫଳତା ବନାଇଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି । ଗତ ୪ ବର୍ଷ ଧରି ଆମେ ହୃଦୟ ସହକାରେ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଥିଲୁ । କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ଅନ୍ୟାୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ବହୁତ ଜରୁରୀ ଥିଲା । ଏବେ ସମୟ ଆସିଯାଇଛି ପୁଣି ଏକ ନୂଆ ଫିଲ୍ମରେ କାମ କରିବା ପାଇଁ ।

Get real time updates directly on you device, subscribe now.