fbpx
BJD SKY
BJD SKY

୧୦ ରାଜ୍ୟରୁ ୧୦୦ ମହିଳାଙ୍କୁ ଲୁଟିଥିଲା : ଦିଲ୍ଲୀରୁ ଗିରଫ ହେଲା ଆଉ ଜଣେ ରମେଶ ସ୍ୱାଇଁଁ (Video)

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତର ରମେଶ ସ୍ୱାଇଁ ପରେ ପୁଣି ଚର୍ଚ୍ଚାରେ ଆଉ ଜଣେ ଓଡ଼ିଆ ଯୁବକ । ରମେଶ ସ୍ୱାଇଁ ୧୭ ଜଣଙ୍କୁ ବିବାହ କରିଥିବା ବେଳେ ଏହି ଯୁବକ ଜଣଙ୍କ କିନ୍ତୁ ସେଞ୍ଚୁରୀ ମାରି ସାରିଛନ୍ତି । ଯୁବକ ଜଣଙ୍କ ୧୦ ରାଜ୍ୟରୁ ପ୍ରାୟ ୧୦୦ ମହିଳାଙ୍କୁ ଠକିବା ପରେ ଶେଷରେ ଦିଲ୍ଳୀ ପୋଲିସ୍ ହାତରେ ଧରା ପଡିଛି ।

ଏହି ଯୁବକର ନାମ ହେଉଛି ଫରହାନ୍ ତସିର ଖାନ୍ । ଯୁବକ ଜଣଙ୍କ ଘର ଓଡ଼ିଶାର କେନ୍ଦୁଝର ଅଞ୍ଚଳରେ । ମହିଳାଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିବା ଏହି ଠକକୁ ୨ ମାସ ହେବ ପୋଲିସ୍ ଖୋଜୁଥିଲା । ଶେଷରେ ଦିଲ୍ଲୀର ପାହାଡଗଞ୍ଜ ସ୍ଥିତ ଏକ ହୋଟେଲ ରୁମରୁ ଧରାପଡିଛି ଏହି ଯୁବକ ।

ଫରହାନ୍ ତସିର ଖାନ ଦେଢ ବର୍ଷ ହେଲାଣି ନିଜର କଳା କାରନାମା ଜାରି ରଖିଥିଲା । ଫରହାନ୍ ସୋସିଆଲ ମିଡିଆରେ ଯୁବତୀ ମାନଙ୍କ ସହିତ ବନ୍ଧୁତା କରିଥାଏ । ବନ୍ଧୁତା ପରେ ଗିଫ୍ଟ ଆଦାନ ପ୍ରଦାନ କରି ସମ୍ପର୍କ ବଢାଏ । ଶେଷରେ ବିଶ୍ୱାସ ଜନ୍ମାଇବା ପରେ ଟଙ୍କା ନେଇ ଆଉ ଫେରାଇନଥାଏ । ଫରହାନ୍ ନାମରେ ୧୦ ରାଜ୍ୟରେ ଏମିତି ମାମଲା ରହିଥିବା ବେଳେ ଶେଷରେ ପୋଲିସ ହାତରେ ଧରାପଡିଛି ଏହି ମାଷ୍ଟରମାଇଣ୍ଡ ।

Get real time updates directly on you device, subscribe now.