fbpx
BJD SKY
BJD SKY

ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ କେମିଷ୍ଟ୍ରି ଶିକ୍ଷକ: ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ୍ (Video)

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ-ଶିଷ୍ୟ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ । ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ଜନୈକ ରସାୟନ ବିଜ୍ଞାନ(କେମିଷ୍ଟ୍ରି) ଶିକ୍ଷକ । ନବରଙ୍ଗପୁରର ଏହି ଶିକ୍ଷକଙ୍କ କଳାକାରନାମା ସମ୍ପର୍କକୁ କଳଙ୍କିତ କରିଛି । ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ କେମିଷ୍ଟ୍ରି ପଢାଉଥିବା ଅମର କୁମାର ନାଥ ଛାତ୍ରୀ ମାନଙ୍କୁ ଅସଦାରଚରଣ କରୁଥିବା ଅଭିଯୋଗ ଆସିବା ପରେ ପୋକ୍ସୋ ଆକ୍ଟ ଆଧାରରେ ପୋଲିସ୍ ଗିରଫ କରି ନେଇଛି ।

ଆଦର୍ଶ ଆବାସିକ ବିଦ୍ୟାଳୟର ସବୁଆଡେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ କେମିଷ୍ଟ୍ରି ଶିକ୍ଷକଙ୍କ ଚାମ୍ବରରେ କିନ୍ତୁ ଲାଗିନଥିଲା କ୍ୟାମେରା । ଏହାର ଫାଇଦା ଉଠାଇବା ସହିତ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କ ସହିତ କରୁଥିଲେ ଅସଦାଚରଣ । ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଉଁଥିଲେ । ଏହା ବିରୋଧରେ ଅଭିଯୋଗ ହେବା ପରେ ଶେଷରେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ୍ ।

Get real time updates directly on you device, subscribe now.