fbpx

ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ରୋହିତଙ୍କ ବଡ଼ ବୟାନ: କହିଲେ-‘ବିଜୟ ପାଇଁ …ଦରକାର’

ଦୁବାଇ: ଏସିଆ କପ୍ କ୍ରିକେଟର ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଯେକୌଣସି ଚାପପୂର୍ଣ୍ଣ ମ୍ୟାଚରେ ଜିତିବା ପାଇଁ ଦୃଢ଼ ମାନସିକତା ଆବଶ୍ୟକ ରହିଛି । ରବିବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୧ ରନ୍ କରିଥିବାବେଳେ ପାକିସ୍ତାନ ଏହି ଟାର୍ଗେଟକୁ ଅତିକ୍ରମ କରିପାରିଲା । କାରଣ ସେମାନେ ଆମଠାରୁ ନିଶ୍ଚିତ ଭଲ ଖେଳିଲେ ।

ତେବେ ଦୁବାଇ ପିଚରେ ୧୮୧ରନ୍ କରିବା ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ । ପ୍ରଥମତଃ ଆମର ମିଡିଲଅର୍ଡର ବ୍ୟାଟିଂ ଫେଲ୍ ମାରିବା ସହିତ ବୋଲିଂରେ ମଧ୍ୟ ଦୁର୍ବଳ ପ୍ରଦର୍ଶନ କରିବା ଯୋଗୁ ମ୍ୟାଚ୍ ଜିତିପାରିଲୁ ନାହିଁ । ତେବେ ଏହି ମ୍ୟାଚରୁ ଅନେକ ଶିକ୍ଷାଲାଭ କରିବାକୁ ପଡ଼ିଲା । ପରବର୍ତ୍ତୀ ମ୍ୟାଚରେ ସବୁ କ୍ଷେତ୍ରର ଉନ୍ନତ ପ୍ରଦର୍ଶନ କରିବା ପାଇଁ ବରାବର ଚେଷ୍ଟା କରିବୁ ।

ଏକଦା ଆମର ବ୍ୟାଟିଂ ଓ ବୋଲିଂ ସ୍ଥିତି ଠିକ୍ ଥିଲା । ତେଣୁ ବିଜୟ ପାଇଁ ପୂର୍ଣ୍ଣ ସମ୍ଭାବନା ସୃଷ୍ଟି ହୋଇଥିଲେ ହେଁ, ଶେଷ ପର୍ଯ୍ୟାୟରେ ଦୁର୍ବଳ ପ୍ରଦର୍ଶନ ଯୋଗୁ ହାର୍ ମାନିଲୁ । ଆଗାମୀ ମ୍ୟାଚ୍ ପାଇଁ ଦଳର ରଣକୌଶଳ ଓ ଖେଳାଳି ଚୟନ ଦିଗ ଉପରେ ଅଧିକ ଧ୍ୟାନଦେବା ଆବଶ୍ୟକତା ରହିଛି ବୋଲି ରୋହିତ କହିଛନ୍ତି ।

Get real time updates directly on you device, subscribe now.