fbpx

ବିବାହ ପରେ ଶାଶୂଘର ଯାଉଥିଲା ଝିଅ, ହଠାତ କାର ଅଟକାଇ ପ୍ରେମିକ ସହ ପଳାଉଥିଲା, ତାପରେ..

Advertisement

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦ ଠାରେ ଏକ ନୂଆ ବଧୂ ପ୍ରେମିକ ସହ ପଳାୟନ କରିଥିବା କଥା ସାମ୍ନାକୁ ଆସିଛି । ଘଟଣାଟି ଉତ୍ତର ପ୍ରଦେଶ କ୍ଷେତ୍ରରେ ଘଟିଛି ଯେଉଁଠାରେ ବିବାହର ସମସ୍ତ ରୀତିନୀତି ପରେ ନୂଆ ବୋହୂ ନିଜ ସ୍ୱାମୀଙ୍କୁ ଛାଡି ପ୍ରେମିକ ବାଇକରେ ବସି ପଳାଇଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ବମରୌଲୀରେ ବୁଧବାର ଦିନ ସଂଧ୍ୟାରେ ଏକ ବର ବାଜାବାଣ ଫୁଟାଇ ଆସିଥିଲା । ବିବାହର ରୀତିନୀତି ଗୁରୁବାର ଦିନ ଶେଷ ହୋଇଥିଲା । ଏହାପରେ ବର କନ୍ୟାକୁ ନେଇ ନିଜ ଘର ଆଗରା ନେଇ ଯାଉଥିଲା ।

ରାସ୍ତାର ନଗଲା ଭାଉଁ ଏବଂ ରାଜା ତାଲ ମଧ୍ୟରେ ବଧୂ ଜଣକ ବରକୁ କହିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଲାଗୁନି ସେଥିପାଇଁ କାର ରୋକିବାକୁ କହିଥିଲେ । ଯେପରି କାରଟି ରୋକିଛି ସେ ବାହାର ପବନ ଖାଇବା ପାଇଁ କାର ବାହାରକୁ ଆସି ଠିଆ ହୋଇଗଲେ । ସେହି ସମୟରେ ହଠାତ ଏକ ବାଇକରେ ଜଣେ ଯୁବକ ଆସିଲେ ଏବଂ ସେହି ବାଇକରେ ନୂଆ ବଧୂ ବସି ପଳାୟନ କରିଥିଲେ ।

ସେ ବାଇକରେ ଗଲାପରେ ବର କାରରୁ ଚିଲାଇବାକୁ ଆରମ୍ଭ କରିଥିଲେ । ଏହାପରେ ସେହି ବାଇକ ପଛେ ପଛେ କାର ଗୋଡ଼ାଇବାକୁ ଲାଗିଲା । ହେଲେ ପ୍ରେମିକ ଜଣକ ପ୍ରେମିକାକୁ ଅଧାବାଟରେ ଛାଡ଼ିଦେଇ ନିଜେ ଫେରାର ହୋଇଗଲା । ଏହା ପରେ ନବ ବିବାହିତ ବର-ବଧୂ ଏବଂ ଏମାନଙ୍କ ସଂପର୍କୀୟ ଉତ୍ତର ଥାନା ପହଁଚି ନିଜ ନିଜ ମଧ୍ୟରେ ବୁଝାମଣା କରୁଛନ୍ତି ।

Get real time updates directly on you device, subscribe now.