CHARIDHAM

Video: ମୋ ସହ ବେଦୀରେ ବଶି ବାହା ହେଲା, ପ୍ରେମିକ ସହ ଗାଡ଼ିରେ ବଶି ଫେରାର ହୋଇଗଲା

ବଲାଙ୍ଗୀର: ସରିଥିଲା ବାହାଘର ସରିଥିଲା ବନ୍ଦାଣ। ଖାଲି ବାକିଥିଲା ଝିଅ ବିଦା। କନ୍ୟା ଜଣକ ବରର ଗାଡ଼ିରେ ବଶିଥାନ୍ତା ଆଉ ସ୍ୱାମୀ ସହ ଶାଶୁ ଘରକୁ ଯାଇଥାନ୍ତା। ହେଲେ ଏମିତି କିଛି ହେଲା ନାହିଁ। ସବୁ କିଛି ଓଲଟ ପାଲଟ ହୋଇଗଲା। ବରର ଗାଡ଼ି ଛାଡ଼ି ପ୍ରେମିକର ଗାଡ଼ିରେ ବଶି ଫେରାର ହୋଇଗଲା ନବବିବାହିତା। ଏହା କେଉଁ ସିନେମାର ଦୃଶ୍ୟ ନୁହେଁ କି କାହାଣୀ ନୁହେଁ। ଏହା ଏକ ସତ୍ୟ ଘଟଣା, ବାହା ନହେବା ପୂର୍ବରୁ ଜାଇଥିଲେ କିଛି ଗୋଟେ ହେଇପାରିଥାନ୍ତା। ହେଲେ ବାହା ହେବା ପରେ ଚାଲିଗଲା ନବବିବାହିତା।

ଏଠାରେ ସ୍ୱାମୀ ଜଣକ ଶିଶୁପାଳ ହେଲା ନାହିଁ, ସ୍ତ୍ରୀ ଛେଉଣ୍ଡ ହୋଇଗଲା। ବନ୍ଦାଣ ପରେ ସବୁ ଗହଣା ଅଳଙ୍କାର ନେଇ ଫେରାର ହୋଇଗଲା ନବବିବାହିତା। ଏହି ଘଟଣାଟି ଘଟିଛି ବଲାଙ୍ଗିର ଟାଉନ ସ୍ଥିତ ବ୍ରାହ୍ମଣପଡ଼ାରେ। ମୁକୁନ୍ଦପୁର ଗାଁର ନାରାୟଣ ମାଝୀଙ୍କର ପୁଅ ପ୍ରେମ କୁମାରଙ୍କ ସହ ବ୍ରାହ୍ମଣପଡ଼ା ଗାଁର ସୁରେନ୍ଦ୍ର ମହାକୁଡ଼ଙ୍କ ଝିଅ ଲିଜା ସହ ବାହାଘର ସ୍ଥିର ହୋଇଥିଲା। ଗତ ଗୁରୁବାର ବାହାଘର ମଧ୍ୟ ହେଲା।

ହେଲେ ବାହାଘର ସରିଗଲା ପରେ ଯେତେବେଳେ ବିଦାୟୀ ହେବାକୁ ଥିଲା ଠିକ୍ ସେତିକି ବେଳେ ସୁଯୋଗ ପାଇ ଫେରାର ହୋଇଗଲା ନବବିବାହିତା ଲିଜା। ସେପଟେ ଏନେଇ ବର ଏବଂ କନ୍ୟା ଘର ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ତ ହୋଇଥିଲେ ସ୍ତ୍ରୀ ଛେଉଣ୍ଡ ପ୍ରେମକୁମାର। ବାହାଘରର କ୍ଷତିପୁରଣ ଦାବି କରିଥିଲେ।