fbpx

ଟ୍ୱିଟର ଓ ମେଟା ପରେ କର୍ମଚାରୀଙ୍କ ଛଟେଇ ଆରମ୍ଭ କଲା ଆମାଜନ୍! ଚାକିରି ପଳେଇବା ନେଇ ମନରେ ଛନକା

ନୂଆଦିଲ୍ଲୀ: ପ୍ରଥମେ ଟ୍ୱିଟର, ତାପରେ ମେଟା ଆଉ ଏବେ ଆମାଜନ । ଏବେ ଇ-କମର୍ସ ଆମାଜନ ନିଜ କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଦେବା ଆରମ୍ଭ କରିଛି । ଗୋଲାପୀ ସ୍ଲିପ୍ସ ଦେବା ଅର୍ଥ ଚାକିରିରୁ ବରଖାସ୍ତ ହେବା । ଗତ ସପ୍ତାହରେ କମ୍ପାନୀ ଏହାର ଉଚ୍ଚ କାର୍ଯ୍ୟନିର୍ବାହୀମାନଙ୍କୁ ପଠାଯାଇଥିବା ଆଭ୍ୟନ୍ତରୀଣ ଯୋଗାଯୋଗରେ କହିଥିଲା କି, ନିଯୁକ୍ତି ବନ୍ଦ ହୋଇଛି ।

ରିପୋର୍ଟ ଅନୁଯାୟୀ, ଆମାଜନରେ କାର୍ଯ୍ୟ କରୁଥିବା ସଫ୍ଟୱେୟାର ଇଞ୍ଜିନିୟର ଜାମି ୱାଙ୍ଗ linkedinରେ ଲେଖିଛନ୍ତି ଯେ, ତାଙ୍କୁ କମ୍ପାନୀରୁ ବରଖାସ୍ତ କରାଯାଇଛି । ଏହା ବ୍ୟତୀତ ଜଣେ ପୂର୍ବତନ କର୍ମଚାରୀଙ୍କ ଏକ ପୋଷ୍ଟରେ କହିଛନ୍ତି ଯେ, ପୁରା ରୋବୋଟିକ୍ସ ଟିମକୁ ପିଙ୍କ୍ ସ୍ଲିପ୍ ଦିଆଯାଇଛି ।

linkedin ତଥ୍ୟ ଅନୁଯାୟୀ, କମ୍ପାନୀର ରୋବୋଟିକ୍ସ ବିଭାଗରେ ଅତି କମରେ ୩,୭୬୬ କର୍ମଚାରୀ କାର୍ଯ୍ୟ କରୁଥିଲେ । ତେବେ କେତେ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି ତାହାର ରିପୋର୍ଟ ମିଳିନାହିଁ । ରିପୋର୍ଟରେ ଉଲ୍ଲେଖ ଅଛି କି, କର୍ମଚାରୀମାନେ ଆମାଜନ୍ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି ।

Get real time updates directly on you device, subscribe now.