fbpx

ଫିଲ୍ମ“ଆନିମଲ”ରେ ରଣବୀର କପୁର ଏବଂ ଅନୀଲ କପୁରଙ୍କ ପରେ, ସାମ୍ନାକୁ ଆସିଲା ରସ୍ମିକା ମନ୍ଦାନାଙ୍କ ଲୁକ

ମୁମ୍ବାଇ : ରଣବୀର କପୁରଙ୍କ ଫିଲ୍ମ “ଆନିମଲ”ଏବର୍ଷର ଅପଡେଟ ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ । ଏବେ ପର୍ଯ୍ୟନ୍ତ ଆପଣ ଏହି ଅଭିନେତ୍ରୀଙ୍କୁ ରୋମାନଣ୍ଟିକ ଅଭିନୟରେ ଦେଖିଥିବେ । ଯେବେଠାରୁ ଏହି ଫିଲ୍ମ ବିଷୟରେ ଘୋଷଣା ହୋଇଛି ସେବେଠାରୁ ଲୋକମାନଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସବୁ ଆକ୍ଟରମାନଙ୍କର ଭିନ୍ନ ରୂପ ଦେଖିବାକୁ ମିଳିବ । ଫିଲ୍ମ ନିର୍ମାତା ଏବେ ଅଭିନେତା ଅଭିନେତ୍ରୀମାନଙ୍କର ଗୋଟିଏ ପରେ ଗୋଟିଏ ଫାଷ୍ଟ ଲୁକ ସାମ୍ନାକୁ ଆଣୁଛନ୍ତି । କିଛି ଦିନ ପୂର୍ବରୁ ଅନୀଲ କପୁର ଏବଂ ରଣବୀର କପୁରଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଥିଲା ।

ରସ୍ମିକା ମନ୍ଦନା ଟ୍ୱିଟରରେ ତାଙ୍କର ଫାଷ୍ଟ ଲୁକ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ସ୍ମରିକା ମନ୍ଦନା ଲାଲ ଏବଂ ଧଳା ରଙ୍ଗର ଶାଢି ପିନ୍ଦିଛନ୍ତି । ଏହି ଲୁକ ସାମ୍ନାକୁ ଆସିବା ପରେ ଲୋକମାନେ ଏହି ପୋଷ୍ଟରକୁ ବହୁତ ଲାଇକ ରିଛନ୍ତି । ଏହାକୁ ସେୟାର କରି ରସ୍ମିକା ଲେଖିଛନ୍ତି “ଦେଖନ୍ତୁ ଗୀତାଞ୍ଜଳୀଙ୍କୁ” । ତାଙ୍କର ଏହି ପୋଷ୍ଟ ପରେ ଏହା ସ୍ପଷ୍ଟ ହୋଇଛି ଏହି ଫିଲ୍ମରେ ସେ ଗୀତାଞ୍ଜଳୀ ନାମରେ ଅଭିନୟ କରିବେ ।

ରସ୍କିକାଙ୍କ ପୂର୍ବରୁ ରଣବୀର କପୁର ଏବଂ ଅନୀଲ କପୁରଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଥିଲା । ରଣବୀରଙ୍କ ପୋଷ୍ଟର ସେୟାର ସମୟରେ ଏହାର “ଟିଜର” ବିଷୟରେ ମଧ୍ୟ ସୂଚନା ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଫିଲ୍ମ “ଆନିମଲ”ର ଟିଜର ୨୮ ସେପ୍ଟେମ୍ବର ସକାଳ ୧୦ ଟାରେ ରିଲିଜ ହେବ । ଏହି ଫିଲ୍ମରେ ରଣବୀର କପୁର, ଅନୀଲ କପୁର ଏବଂ ରସ୍ମିକା ମନ୍ଦାନାଙ୍କ ଛଡା ତୃପ୍ତି ଦିମରୀ ଏବଂ ସୈରଭ ଶୁକ୍ଳା ପରି କଳାକାରମାନେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ୮ ଟି ଗୀତ ରହିଛି । ଏହା ୧ ଡିସେମ୍ବରରେ ରିଲିଜ ହେବ । ଏହା ହିନ୍ଦୀ, ତେଲଗୁ, ତାମିଲ, କନଡ୍ଡ, ମାଲାୟଲମରେ ମଧ୍ୟ ରିଲିଜ ହେବ । ଏହି ଫିଲ୍ମ ପୂର୍ବରୁ ରାଇଟର-ଡାଇରେକ୍ଟର ସନ୍ଦିପ ରେଡ୍ଡି ବାଙ୍ଗା “କବିର ସିଂ” ଏବଂ “ଅର୍ଜୁନ ରେଡ୍ଡି”ପରି ଫିଲ୍ମରେ ନିଜ କମାଲ ଦେଖାଇଛନ୍ତି ।

Get real time updates directly on you device, subscribe now.