fbpx

ଏସସିବିରେ ପହଞ୍ଚି ୱାର୍ଡ ରୁ ୱାର୍ଡ ବୁଲି ଆହତଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନେକ ଆହତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ୩ ଜଣ କେନ୍ଦ୍ର ମନ୍ତ୍ରୀ କଟକ ଏସସିବି ମେଡିକାଲରେ ପହଞ୍ଚିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ମନସୁଖ ମାଣ୍ଡଭ୍ୟ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସାକୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ଆହତଙ୍କ ଚିକିତ୍ସା ସମେତ ସମସ୍ତ କାର୍ଯ୍ୟ ଦିଗ ପ୍ରତି ତଦାରଖ କରିଛନ୍ତି । ମେଡିକାଲରେ ପରିସରରେ ବୁଲି ବୁଲି ପ୍ରାୟ ସମସ୍ତ ଆହତଙ୍କୁୀ ଭେଟିଛନ୍ତି । ସେମାନଙ୍କ ପରିବାର ଲୋକଙ୍କୁ ସମାବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖ ଶୁକ୍ରବାର ରାତିରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଆହତଙ୍କୁ ବାଲେଶ୍ୱର ଚିକିତ୍ସାଳ, ଭଦ୍ରକ , ଯାଜପୁର, ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଉଥିଲେ ମଧ୍ୟ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଆଜି କଟକ ମେଡିକାଲରେ ପହଞ୍ଚି ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ତଥ୍ୟ ତଦାରଖ କରିଛନ୍ତି । ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର କଟକ ଏସସିବି ମେଡିକାଲ ଗସ୍ତକୁ ବାତିଲ କରାଯାଇଥିଲା ।

Get real time updates directly on you device, subscribe now.