fbpx

କରୋନାରୁ ସୁସ୍ଥ ହେବା ପରେ ଶୁଙ୍ଘିବା ଶକ୍ତି ବଢାଇବାକୁ କରନ୍ତୁ ଏହି ଉପାୟ…

କରୋନା ମହାମାରୀର ପ୍ରମୁଖ ଲକ୍ଷଣ ହେଉଛି ଗନ୍ଧ ଏବଂ ସ୍ୱାଦ ଶକ୍ତି ହରାଇବା । ଗନ୍ଧ କିମ୍ବା ସ୍ୱାଦ ହରାଇବା ଚିନ୍ତାଜନକ ହୋଇପାରେ ଓ ଏହି ଲକ୍ଷଣ ସୁସ୍ଥ ହେବା ପରେ ବି ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି କିନ୍ତୁ କିଛି ଶୁଙ୍ଘିପାରୁ ନାହାନ୍ତି, ତେବେ ଆପଣାନ୍ତୁ ଏହି ଟିପ୍ସ….

ଇଣ୍ଟରନେଟରେ ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଲୋକମାନଙ୍କୁ ସୁଗନ୍ଧିତ ଖାଦ୍ୟ ଖାଇବାକୁ ଓ ପିଆଜ ଆଜି ଶୁଙ୍ଘିବାକୁ ପରାମର୍ଶ ଦେଉଛନ୍ତି । ଏହା ଶୁଣିବାକୁ ଭଲ ଲାଗୁନଥିଲେ ବି ଏହି ଟିପ୍ସ କାମ କରେ ।

ଭିଟାମିନ-ସିରେ ଭରପୁର କମଳା। ଶରୀରରେ ଇମ୍ୟୁନିଟି ପାୱର ବଢ଼ାଇବା ପାଇଁ ଏହା ବେଶ ସହାୟକ ହୁଏ। ଏହା ଆମ ଶୁଙ୍ଘିବା କ୍ଷମତାକୁ ମଧ୍ୟ ବଢ଼ାଇଥାଏ । କମଳା ଚୋପାକୁ ଅଳ୍ପ ଭାଜି ଶୁଙ୍ଘିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରି ଆସିଥାଏ। ତେବେ ଏହି ଉପାୟକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ ।

ନାକ ବନ୍ଦ ହୋଇ ଯାଇଥିଲେ ଏକ ବୁନ୍ଦା ଜଡା ତେଲ ନାକରେ ପକାନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏଭଳି ଖୋଲିବା ଦ୍ୱାରା ଦେଖିବେ ନାକ ଖୋଲିବା ସହ ଶୁଙ୍ଘିବା ଶକ୍ତି ମଧ୍ୟ ଫେରିଆସିବ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଶୁଙ୍ଘିବା ଏବଂ ସ୍ୱାଦ ଚାଖିବା ଶକ୍ତି ବଢ଼ାଇବା ପାଇଁ ଏକ ଚାମଚ ଜୁଆଣିକୁ ଏକ ଛୋଟ କପଡାରେ ବାନ୍ଧି ପୁଡିଆ ତିଆରି କରନ୍ତୁ । ଏହାପରେ ତାକୁ ଦୀର୍ଘ ନିଶ୍ୱାନ ନେଇ ଶୁଙ୍ଘନ୍ତୁ । ଏଭଳି ଦିନରେ ଦୁଇରୁ ତିନି ଥର କରିବା ଦ୍ୱାରା ଶୁଙ୍ଘିବା ଶକ୍ତି ଫେରିଆସିଥାଏ ।

ଆଲଫା-ଲିପୋଏକ୍ ଏସିଡ୍, ଭିଟାମିନ୍ ଏ ସପ୍ଲିମେଣ୍ଟସ୍ ଏବଂ କାଉଣ୍ଟର ଷ୍ଟେରଏଡ୍ ନାସାଲ୍ ସ୍ପ୍ରେ ମଧ୍ୟ ସହାୟକ ହୋଇପାରେ । ଆପଣ କଫି, ଅତର, ବାଦାମ, ନଡିଆ, ଭାନିଲା, ଲଙ୍କା ଗୁଣ୍ଡ, ଲବଙ୍ଗ, ସାଇଟ୍ରସ୍ କିମ୍ବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ତେଲର ଗନ୍ଧରୁ ଆରମ୍ଭ କରିପାରିବେ । ଥରେ ଆପଣ ଏଗୁଡ଼ିକୁ ଚିହ୍ନିବା ପରେ, ଆପଣଙ୍କ ଶୁଙ୍ଗିବା ଶକ୍ତି ପୁନଃ ଫେରିଆସିବ ।

Get real time updates directly on you device, subscribe now.