fbpx

ସହକର୍ମୀଙ୍କ ଦୁଃଖ ବୁଝିଲେ, ବାଣ୍ଟିଲେ ରନ୍ଧା ଖାଦ୍ୟ

କଟକ(ଓଡ଼ିଶା ଭାସ୍କର): ସବୁଠି କରୋନାର ଭୟ । କରୋନାକୁ ନେଇ ଚିନ୍ତା । ସେଥିଲାଗି ନାହିଁନଥିବା ହଟହଟା । କଡ଼ା କଟକଣା ଓ ଲକଡାଉନ୍ ଯୋଗୁ ଅନେକ ଲୋକ କାମଧନ୍ଦା ନପାଇ ଭୋକ ଉପାସରେ ରହୁଛନ୍ତି । ଏଭଳି ସଂକଟ ସ୍ଥିତିରେ ନିଜ ସହକର୍ମୀମାନଙ୍କ ଦୁଃଖ ବୁଝିପାରି ରନ୍ଧା ଖାଦ୍ୟ ଯୋଗାଇବାକୁ ସାଧାରଣରେ ପ୍ରଶଂସା କରାଯାଉଛି । ଏଭଳି ମହତ କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଛି କଟକ ମୋଟର କର୍ମଚାରୀ ୟୁନିଅନ୍।

ୟୁନିଅନର କର୍ମକର୍ତ୍ତାମାନେ ଗତ ୫ ତାରିଖରୁ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜାରି ରଖିଛନ୍ତି । ଲକଡାଉନ୍ ପାଇଁ ଚକା ବନ୍ଦ ରହିଥିବାରୁ ବସ୍ ଡ୍ରାଇଭର୍, କଣ୍ଡକ୍ଟର, ହେଲପର୍ ପ୍ରମୁଖଙ୍କୁ ସେବା-ସହଯୋଗ ପାଇଁ ହାତ ବଢ଼ାଇଛି ୟୁନିଅନ୍ । ସଭାପତି ଜନାର୍ଦ୍ଦନ ପତି, ଉପସଭାପତି ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ସମ୍ପାଦକ ଶିଶିର କୁମାର ଲେଙ୍କାଙ୍କ ସମେତ ଅନ୍ୟ ପ୍ରମୁଖ କର୍ମକର୍ତ୍ତାମାନେ ସେବା କାର୍ଯ୍ୟ ପରିଚାଳନା କରୁଛନ୍ତି । ଲକଡାଉନ୍ ରହିବା ପର୍ଯ୍ୟନ୍ତ ଏଭଳି ସେବା ଯୋଗାଇ ଦିଆଯିବ ବୋଲି ୟୁନିଅନ୍ ପକ୍ଷରୁ କୁହାଯାଇଛି । ଏଥିସହ କର୍ମଚାରୀମାନଙ୍କୁ କରୋନା ସଂକଟ କାଳରେ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ୟୁନିଅନ୍ କର୍ମକର୍ତ୍ତା ।

Motor Workers Union Cuttack #OdishaBhaskar

Get real time updates directly on you device, subscribe now.