fbpx

ଖୁସି ଖବର: ଓଡ଼ିଶାରୁ ଆଜି ୮,୮୩୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୮୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୪୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୯୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୫୬, ସୁନ୍ଦରଗଡରୁ ୫୯୦, ଯାଜପୁରରୁ ୪୯୯, ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୁରଭଞ୍ଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡ଼ାରୁ ୩୮୪, ବୌଦ୍ଧରୁ ୩୧୦, କଳାହାଣ୍ଡିରୁ ୩୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.