fbpx

ହରର୍ ଫ୍ଲାଟରୁ ଉଦ୍ଧାର ହେଲେ ୭ ପିଲା, ଫେରିବା ପରେ ଏମିତି ଥିଲା ସେମାନଙ୍କ ଅବସ୍ଥା

ବ୍ରାଜିଲ୍: ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ଅନେକ ହରର୍ ବା ଭୟଙ୍କର ସ୍ଥାନ ରହିଛି । ଯେଉଁଠି ଭୁତ ରହିଥିବା ବିଶ୍ୱାସ କରାଯାଏ । ତେଣୁ ସେଠାକୁ ଯିବାକୁ କେହି ସହଜରେ ରାଜି ହୁଅନ୍ତି ନାହିଁ । ଆଉ ଯଦି ଭୁତ ସତରେ ଅଛି କି ନାହିଁ, ତାହା କହିବା ତେବେ କିଛି ଦୃଷ୍ଟାନ୍ତ ଏପରି ରହିଛି ଯେଉଁଥିରୁ ଭୁତ ସତରେ ଥିବା ବିଶ୍ୱାସ କରାଯାଉଛି । ତେବେ ବ୍ରାଜିଲ୍ ର ମକାପା ସହରର ଏକ ହରର୍ ଫ୍ଲାଟ୍ ରହିଛି । ଯେଉଁଠି ଭୁତ ଥିବା ବିଶ୍ୱାସ କରାଯାଉଛି । ସେଠାରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ହୋଇଥିବା ପିଲାମାନଙ୍କ ଅବସ୍ଥା ବହୁତ ଖରାପ ଥିଲା । ସେମାନେ ସେଠାରେ ବହୁତ ବିପଦଜନକ ଅବସ୍ଥାରେ ଥିଲେ । ଏପରିକି ସେମାନେ କିଛି ଖାଇ ନଥିଲେ କି ସେମାନଙ୍କ ଶରୀରରେ ପୋଷାକ ମଧ୍ୟ ନଥିଲା । ଶିଶୁ ସୁରକ୍ଷା ସେବା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଉକ୍ତ ୭ ପିଲାଙ୍କ ବୟସ ୩ ରୁ ୭ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ଡାକ୍ତର ସେମାନଙ୍କୁ ଚିକିତ୍ସା କରି କହିଛନ୍ତି ଯେ, ପିଲାମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଦେଇଥିଲା । ଯେପରିକି ସେମାନଙ୍କୁ ଫ୍ଲୁ, ଡି-ହାଇଡ୍ରେସନ୍, ଶରୀରରେ ଆମୋନିଆ ଏବଂ ଘା’ ହୋଇଯାଇଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଉକ୍ତ ହରର୍ ଫ୍ଲାଟ୍ ର ଗେଟ୍ କୁ କଟାଯାଇ ପିଲାମାନଙ୍କୁ ବାହାରକୁ ଅଣାଯାଇଥିଲା । ହେଲେ ପିଲାମାନେ କିପରି ଭିତରେ କଏଦ ହେଲେ ସେ ବିଷୟରେ କିଛି ଜଣାପଡିନାହିଁ । ସ୍ଥାନୀୟ ଲୋକମାନେ ପିଲାମାନଙ୍କୁ ଉଦ୍ଧାର କରିବା ସମୟରେ ଘରର ପରିସ୍ଥିତି ଖୁବ୍ ଭୟଙ୍କର ଥିଲା । ବର୍ତ୍ତମାନ ଏହି ପିଲାମାନଙ୍କ ବିଷୟରେ ସେଠାକାର ପ୍ରଶାସନ ତଦନ୍ତ କରୁଛି ।

Get real time updates directly on you device, subscribe now.