fbpx

ସ୍କୁଲ ଖୋଲିବା ପରେ ହଷ୍ଟେଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ତେବେ ବର୍ତ୍ତମାନ ହଷ୍ଟେଲ ଖୋଲିବା ନେଇ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଉପୁଜିଥିବା ସମସ୍ତ ସମସ୍ୟାର ସମାଧାନ ସରକାର ପ୍ରୟାସ ଜାରି ରଖିଛନ୍ତି । ଏନେଇ ସବିଶେଷ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ତାରିଖ ସ୍ଥିର ହେବା ପରେ ଏବେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସରକାର ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପାଠପଢ଼ାରେ ଛାତ୍ରଛାତ୍ରୀଙ୍କର ଯେଭଳି ବିଶେଷ ଅସୁବିଧା ସୃଷ୍ଟି ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ହଷ୍ଟେଲ ପିଲାମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଦାୟିତ୍ୱ ସ୍କୁଲ ଉପରେ ନ୍ୟସ୍ତ ରହିବ । ଏନେଇ ଖୁବଶୀଘ୍ର ଏକ ମାର୍ଗଦର୍ଶିକ ଜାରି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Get real time updates directly on you device, subscribe now.