fbpx

ଟିକଟକ୍ ଭାଇରାଲ ଭିଡିଓ ଦେଖି ମହିଳା କରୁଥିଲେ egg poached … ଏମିତି ହେଲା ଅବସ୍ଥା

Advertisement

ନୂଆଦିଲ୍ଲୀ : ରାନ୍ଧିବା ଏକ ଚମତ୍କାର କଳା । ବେଳେବେଳେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ରାନ୍ଧି, ରାତିରାତି ଫେମସ୍ ହୋଇଯାଆନ୍ତି । ସୋସିଆଲ ମିଡିଆର ଆସିବା ପରେ ଲୋକମାନେ ବିଭିନ୍ନ ରେସିପି ଦେଖି ରୋଷେଇ କରିବାର ନୂତନ ପଦ୍ଧତି ଆପଣାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ବେଳେବେଳେ ଏହି ଚେଷ୍ଟା ସଂଘାତିକ ବା ଜୀବନପ୍ରତି ବିପଦ ସାବ୍ୟସ୍ତ ହୋଇଥାଏ । ଟିକଟକ୍ ରେ ରେସିପି ଭିଡିଓ ଦେଖିଲା ପରେ ଅଣ୍ଡା ପୋଚ୍‌ଡ ତିଆରି କରୁଥିବା ମହିଳାଙ୍କ ପାଇଁ ମହଙ୍ଗା ପଡିଛି ।

ଭିଡିଓ ଦେଖି ଅଣ୍ଡା ପୋଚ୍‌ଡ ବନାଉଥିବା ବେଳେ ମହିଳା ଜଣଙ୍କ ସହ ଅଘଟଣ ଘଟିଛି । ମାଇକ୍ରୋ ଓଭେନ୍ ରେ ସେ ଏହି ଅଣ୍ଡା ପୋଚ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ଅଣ୍ଡା ପୋଚ୍ ପ୍ରସ୍ତୁତ ହୋଇସାରିବା ପରେ ତାକୁ ବାହାରକୁ ଆଣି ଚାମଚରେ ଖାଇବା ସମୟରେ ଅଣ୍ଡା ପୋଚ୍ ତାଙ୍କ ମୁହଁରେ ପଡିଥିଲା । ମହିଳାଙ୍କ ମୁହଁରେ ବିଭିନ୍ନ ସ୍ଥାନରେ ଜଳି ଯାଇ ସେ ଗୁରୁତର ଆହାତ ହୋଇଛନ୍ତି । ମହିଳାଙ୍କ ନାକ ଜଳିଯାଇଥିବା ଜଣାପଡିଛି । ଏହି ଘଟଣାଟି ଘଟିଛି ବ୍ରିଟେନରେ ।

Get real time updates directly on you device, subscribe now.