କର୍ମଚାରୀଙ୍କ ମୃତ୍ୟୁ ପରେ ଆଶ୍ରିତଙ୍କ ଅନୁକମ୍ପା ଆଧାରରେ ନିଯୁକ୍ତି ଅଧିକାର ନୁହେଁ ରିହାତି: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ
ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ନିଯୁକ୍ତି ଅଧିକାର ନୁହେଁ ରିହାତି । ଆଉ ଏଭଳି ରୋଜଗାର ଦେବାର ଉଦ୍ଦେଶ୍ୟ ପ୍ରଭାବିତ ପରିବାରଙ୍କୁ ଆକସ୍ମିକ ସଙ୍କଟରୁ ବାହାର କରିବାରେ ସକ୍ଷମ କରିଥାଏ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗତ ସପ୍ତାହରେ କେରଳ ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚଙ୍କ ନିଷ୍ପତ୍ତିକୁ ମଧ୍ୟ ରଦ୍ଧ କରିଥିଲେ । ଡିଭିଜନର ନିଷ୍ପତ୍ତିରେ ସିଙ୍ଗଲ ଜଜଙ୍କ ସେହି ନିଷ୍ପତ୍ତି ଉପରେ ନିଶ୍ଚିତ କରାଯାଇଥିଲା । ଯେଉଁଥିରେ ଫର୍ଟିଲାଇଜର୍ସ ଆଣ୍ଡ୍ କେମିକାଲ୍ସ ତ୍ରାବଣକୋର ଲିମିଟେଡ ଏବଂ ଅନ୍ୟଙ୍କୁ ଅନୁକମ୍ପା ଆଧାରରେ ଜଣେ ମହିଳାଙ୍କ ନିଯୁକ୍ତି ମାମଲାରେ ବିଚାର କରିବାର ନିର୍ଦ୍ଦେଶ ଦିଆଯାଇଥିଲା ।
ଜଷ୍ଟିସ ଏମ ଆର ଶାହ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ବେଞ୍ଚ ଆଦେଶରେ କହିଥିଲେ ଯେ ମହିଳାଙ୍କ ବାପା ଫର୍ଟିଲାଇଜର୍ସ ଆଣ୍ଡ୍ କେମିକାଲ୍ସ ତ୍ରାବଣକୋର ଲିମିଟେଡରେ କାର୍ଯ୍ୟରତ ଥିଲେ ଏବଂ ଡ୍ୟୁଟି ସମୟରେ ହିଁ ଏପ୍ରିଲ ୧୯୯୫ ରେ ମୃତ୍ୟୁ ହୋଇଥିଲା । ବେଞ୍ଚ କହିଥିଲେ ଯେ ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ମଧ୍ୟ ଚାକିରି କରୁଥିଲେ, ଏଥିପାଇଁ ଯାଚିକାକର୍ତ୍ତା ଅନୁକମ୍ପା ଆଧାରରେ ନିଯୁକ୍ତି ଯୋଗ୍ୟ ନୁହଁନ୍ତି ।
ବେଞ୍ଚ କହିଥିଲେ ଯେ କର୍ମଚାରୀଙ୍କ ମୃତ୍ୟୁର ୨୪ ବର୍ଷ ପରେ ଅନୁକମ୍ପା ଆଧାରରେ ନିଯୁକ୍ତିର ହକଦାର ନୁହେଁ । ଅନୁକମ୍ପା ଆଧାରରେ ନିଯୁକ୍ତି ସମ୍ବନ୍ଧରେ ସୁପ୍ରିମକୋର୍ଟ ଦ୍ୱାରା ସ୍ପଷ୍ଟ କରାଯାଇଥିବା କାନୁନ ଅନୂଯାୟୀ, ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୂଯାୟୀ ସବୁ ଆଶାୟୀଙ୍କୁ ସବୁ ସରକାରୀ ପଦବୀ ପାଇଁ ସମାନ ଅବସର ପ୍ରଦାନ କରାଯିବା ଦରକାର । ବେଞ୍ଚ ୩୦ ସେପ୍ଟେମ୍ବରରେ ନିଜ ଆଦେଶରେ କହିଥିଲେ ଯେ ଅବଶ୍ୟ ମୃତକ କର୍ମଚାରୀଙ୍କ ଆଶ୍ରିତଙ୍କୁ ଅନୁକମ୍ପା ଆଧାରରେ ନିଯୁକ୍ତି ଏହି ମାନଦଣ୍ଡର ଅପବାଦ । ଅନୁକମ୍ପାର ଆଧାରରେ ନିଯୁକ୍ତି ଏକ ରିହାତି ଏବଂ ଏହା ଏକ ଅଧିକାର ନୁହେଁ ।
ସୁପ୍ରିମକୋର୍ଟ କହିଥିଲେ ଯେ ଯେତେବେଳେ କର୍ମଚାରୀଙ୍କ ୧୯୯୫ ରେ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କ ଝିଅ ନାବାଳିକା ଥିଲେ । ଅଦାଲତ କହିଥିଲେ ଯେ ବୟସ୍କ ହେବାରେ ସେ ଅନୁକମ୍ପା ଆଧାରରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ଏହା ମଧ୍ୟ ନୋଟ୍ କରାଯାଇଥିଲା ଯେ ତାଙ୍କ ମୃତ୍ୟୁର ପ୍ରାୟ ୧୪ ବର୍ଷ ପରେ ତାଙ୍କ ଝିଅ ଅନୁକମ୍ପା ଆଧାରରେ ନିଯୁକ୍ତି ପାଇଁ ଆବେଦନ ପ୍ରସ୍ତୁତ କରିଥିଲେ ।
ଅଦାଲତ କହିଛନନ୍ତି ଯେ ଏଭଳି ମାମଲାରେ ବିଶୁଦ୍ଧ ମାନବୀୟ ବିଚାର ଦ୍ୱାରା ମୃତକଙ୍କୁ ଆଶ୍ରିତଙ୍କ ମଧ୍ୟରୁ ଜଣକୁ ଲାଭକାରୀ ରୋଜଗାର ପ୍ରଦାନ କରିବାର ପ୍ରାବଧାନ କରାଯାଇଛି । ଯାହା ଏଭଳି ରୋଜଗାର ପାଇଁ ପାତ୍ର ହୋଇପାରେ । ବେଞ୍ଚ କହିଛନ୍ତି ଯେ ଅନୁକମ୍ପା ଆଧାରରେ ରୋଜଗାର ଦେବାର ପୂରା ଉଦ୍ଦେଶ୍ୟ ପରିବାରକୁ ଆକସ୍ମିକ ସଙ୍କଟରୁ ବର୍ତ୍ତିବାରେ ସକ୍ଷମ ବନାଇବ ।