fbpx

ଟି -୨୦ ବିଶ୍ୱକପରୁ ଆନୁଷ୍ଠାନିକ ଭାବେ ବାଦ୍ ପଡିଲେ ଜସପ୍ରୀତ ବୁମ୍ରା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି -୨୦ ବିଶ୍ୱକପରୁ ସୋମବାର ଜସପ୍ରୀତ ବୁମ୍ରାଙ୍କୁ ଆନୁଷ୍ଠାନିକ ଭାବେ ବାଦ୍ ଦିଆଯାଇଛି। ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଛି। ପିଠିରେ ଆଘାତ ଲାଗିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରୁ ବୁମରାଙ୍କୁ ବାଦ ଦିଆଯାଇଥିଲା। ଏସିଆ କପ୍ ରୁ ବାଦ ପଡିବା ପରେ ବୁମ୍ରା ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ଖେଳିଥିଲେ। ତେବେ ଟି-୨୦ ବିଶ୍ୱକପ ପାଇଁ ଖୁବ ଶୀଘ୍ର ତାଙ୍କ ବଦଳରେ ଆଉ ଜଣେ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି।

ସୂଚନାଯୋଗ୍ୟ “ବିସିସିଆଇ ମେଡିକାଲ ଟିମ୍ ଇଣ୍ଡିଆ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ଦଳରୁ ବାଦ୍ ଦେଇଛି। ବିସ୍ତୃତ ମୂଲ୍ୟାଙ୍କନ ପରେ ଏବଂ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତ ଟି-୨୦ ବିଶ୍ୱକପ୍ ୨୦୨୨ ପ୍ରଥମ ମ୍ୟାଚ୍ ରେ ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଅକ୍ଟୋବର ୨୩ ତାରିଖରେ ଭେଟିବ। ଦୁଇ ଦଳ ଗତବର୍ଷ ମଧ୍ୟ ଟି-୨୦ ବିଶ୍ୱକପ୍ ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ରେ ପାକିସ୍ତାନ ଭାରତକୁ ୧୦ ଉଇକେଟ୍ ରେ ହରାଇ ବଡ଼ ବିଜୟ ହାସଲ କରିଥିଲା। ତେବେ ଚଳିତ ବିଶ୍ୱକପ୍ ରୁ ବୁମ୍ରା ବାଦ୍ ପଡ଼ିବା ଭାରତ ପାଇଁ ବଡ଼ ଝଟକା ହୋଇପାରେ।

Get real time updates directly on you device, subscribe now.