fbpx

ପୂର୍ବତନ ବିଧାୟକ ଅମିନ ଖାନଙ୍କୁ ୬ ବର୍ଷ ପାଇଁ ସସପେଣ୍ଡ କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା । ମେ ୧୩ରୁ ଓଡ଼ିଶାରେ ୪ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ବିଭିନ୍ନ ଦଳରୁ ଟିକେଟ ପାଇବା ପରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । କଂଗ୍ରେସର ପୂର୍ବତନ ବିଧାୟକ ଅମିନ ଖାନ ଦଳରୁ ୬ ବର୍ଷ ପାଇଁ ସସପେଣ୍ଡ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ କାରଣରୁ ଶ୍ରୀ ଖାନଙ୍କ ବିରୋଧରେ ଦଳ ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାରମେର ଲୋକସଭା ପ୍ରାର୍ଥୀ ଉମେଦରମ ବେନିୱାଲଙ୍କ ଅଭିଯୋଗ ଆଧାରରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ତରଫରୁ ଅମିନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଦଳ ପକ୍ଷରୁ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.