fbpx

ନିର୍ବାଚନ ପରେ ଚାଷୀଙ୍କୁ ମିଳିବ ଏସବୁ ଫାଇଦା; ଘୋଷଣା କରିଛନ୍ତି ରାଜ୍ୟ ସରକାର

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚାଷୀମାନଙ୍କୁ ମିଳିବ ସବୁଠୁ ବଡ ସୁଯୋଗ । ଚଳିତ ନିର୍ବାଚନରେ ଶାସକ ଦଳର ସରକାର ଗଠନ ହେଲେ ଚାଷୀମାନଙ୍କୁ ମିଳିବ ଅନେକ ଫାଇଦା ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଚାଷୀମାନେ ସେମାନଙ୍କର ଝିଅ ବାହାଘର କରିବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମାନଙ୍କୁ ବିହାଘର ନିମନ୍ତେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦେବେ । ଏଥିସହ ଚାଷୀମାନଙ୍କୁ ବିନା ସୁଧରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସହାୟତା କରିବେ ରାଜ୍ୟ ସରକାର ।

ମାଗଣା ବିଜୁଳି ଦେବାର ପ୍ରତିଶୃତି ଦେଇଛନ୍ତି । ଚାଷୀମାନେ ଅମଳ କରୁଥିବା ସବୁ ଫସଲ ବିକ୍ରୟ ପାଇଁ ପାଞ୍ଚଶହ କୋଟି ଟଙ୍କାର ଗୋଦାମ ଏବଂ ମଣ୍ଡି ତିଆରି କରିବାକୁ ଅର୍ଥ ମଞ୍ଜୁର କରିବେ ବୋଲି କହିଛନ୍ତି । ତେଣୁ ଏ ସବୁ ୨୦୨୪ ନିର୍ବାଚନ ପରେ ବିଜେଡି ସରକାର ଆସିଲେ ଏହାର ଲାଭ ଚାଷୀଙ୍କୁ ମିଳିବ ବୋଲି କହିଛନ୍ତି ।

Get real time updates directly on you device, subscribe now.