fbpx

ଟ୍ୱିଟର ପରେ ଇନଷ୍ଟାଗ୍ରାମ ବିରୋଧରେ FIR, ଖୁବଶୀଘ୍ର ପଠାଯିବ ନୋଟିସ୍

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ପରେ ଏବେ ଫଟୋ-ଭିଡିଓ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ପାଇଁ ବିପଦ ବଢିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଟିମ୍ ଏକ ବଡ କାର୍ଯ୍ୟାନୁଷ୍ଠାନ ସହ ଇନଷ୍ଟାଗ୍ରାମ ବିରୋଧରେ ମାମଲା ରୁଜୁ କରିଛି । ଇନଷ୍ଟାଗ୍ରାମରେ ଧାର୍ମିକ ଓ ସାମ୍ପ୍ରଦାୟିକ ପରିବେଶ ଖରାପ କରିବାର ଅଭିଯୋଗ ଆସିଛି । ସ୍ପେଶାଲ୍ ସେଲର ସୂତ୍ର ଅନୁଯାୟୀ, ପଞ୍ଜୀକୃତ ହୋଇଥିବା ଏଫଆଇଆରରେ କୌଣସି ବ୍ୟକ୍ତି ଅଭିଯୁକ୍ତ ଭାବରେ ପ୍ରମାଣିତ ହୋଇନାହାନ୍ତି । ଏହି ଏଫଆଇଆର ମଙ୍ଗଳବାର ଦିନ ରୁଜୁ ହୋଇଥିଲା । ଏଥିରେ ଧାରା ୧୫୩ ଏ ଅର୍ଥାତ୍ ଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ପରସ୍ପର ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ବିଷୟରେ ଉଲ୍ଲେଖ ରହିଛି ।

ମିଳିଥିବା ସୂତ୍ର ଅନୁଯାୟୀ, ମାମଲା ପଞ୍ଜିକରଣ ପରେ ଏବେ ସ୍ପେଶାଲ୍ ସେଲ୍ ଟିମ୍ ଖୁବଶୀଘ୍ର ପଚରାଉଚରା କରିବାକୁ ନୋଟିସ ପଠାଇବା ସହ ଇନଷ୍ଟାଗ୍ରାମ ଆକାଉଣ୍ଟ ସହ ଜଡିତ ଅଧିକାରୀଙ୍କ ବୟାନ ରେକର୍ଡ କରିବ । ଏହା ପରେ ମାମଲାର ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସୋସିଆଲ ମିଡିଆ ଟ୍ୱିଟର ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ତ୍ତମାନ କୌଣସି ଆପତ୍ତିଜନକ ପୋଷ୍ଟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଟ୍ୱିଟର ମଧ୍ୟ ସେହି ବିବାଦୀୟ ପ୍ରସଙ୍ଗ ପାଇଁ ଦାୟୀ ରହିବ ।

Get real time updates directly on you device, subscribe now.