fbpx

ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କରି ୨୨ ଲକ୍ଷ ପୁରସ୍କାର ପାଇଲେ ଯୁବ ହ୍ୟାକର

ମୁମ୍ବାଇ: ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କରି ୨୨ ଲକ୍ଷ ପୁରସ୍କାର ପାଇଛନ୍ତି ଜଣେ ଭାରତୀୟ ହ୍ୟାକର । ମହାରାଷ୍ଟ୍ର ସୋଲାପୁରର ଯୁବ ହ୍ୟାକର ମୟୂର ଫାର୍ଟାଡେ ଇନଷ୍ଟାଗ୍ରାମରେ ଥିବା ଏହି ତ୍ରୁଟିକୁ ଫେସବୁକକୁ ଜଣାଇଥିଲେ । ତେବେ ଏହି ତ୍ରୁଟିକୁ ସୁଧାରିବା ସହ ଫେସବୁକ ମୟୂରଙ୍କୁ ୩୦୦୦ ହଜାର ଡଲାର ବା ପ୍ରାୟ ୨୨ ଲକ୍ଷ ଟଙ୍କା ପୁରସ୍କାର ଦେଇଛି ।

ସୋଲାପୁରର ଏହି ଯୁବକ ମୟୂର ଫର୍ଟାଡେ ସି++, ପାଇଥନ ଶିକ୍ଷା କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଥିବା ଏହି ତ୍ରୁଟିକୁ ଖୋଜିଥିଲେ । ଏହି ତ୍ରୁଟି ହେଉଛି ଇନଷ୍ଟାଗ୍ରାମରେ କୌଣସି ୟୁଜରଙ୍କୁ ବିନା ଫଲୋ କରି କେବଳ ୟୁଜରଙ୍କ ମିଡିଆ ଆଇଡି ଦ୍ୱାରା ତାଙ୍କର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ, ରିଲ୍ସ, ଆଇଜି ଟିଭି ଦେଖିପାରିବେ । ଏପରିକି ସେହି ଆକଉଣ୍ଟ ପ୍ରାଇଭେଟ ହୋଇଥିଲେ ମଧ୍ୟ ତାଙ୍କର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ, ରିଲ୍ସ, ଆଇଜି ଟିଭି ଦେଖିହେବ । ଏହା ସହ ବ୍ରୁଟ-ଫୋର୍ସିଙ୍ଗ ମିଡିଆ ଆଇଡି ଦ୍ୱାରା ହ୍ୟାକର ନିର୍ଦ୍ଦିଷ୍ଟ ମିଡିଆର ତଥ୍ୟକୁ ଷ୍ଟୋର କରିପାରିବେ ।

ମୟୂର ଫର୍ଟାଡେ କହିଛନ୍ତି ଏହି ତ୍ରୁଟି ଦ୍ୱାରା ହ୍ୟାକରମାନେ ଆରକାଇଭ ହୋଇଥିବା ଭିଡିଓ, ପୋଷ୍ଟ ଏବଂ ଷ୍ଟୋରୀର ସିଡିଏନ ୟୁଆରଏଲକୁ ରିଜେନେରେଟ କରିପାରିବେ । ଏହା ସହ ବ୍ରୁଟ-ଫୋର୍ସିଙ୍ଗ ମିଡିଆ ଆଇଡି ଦ୍ୱାରା ହ୍ୟାକର ନିର୍ଦ୍ଦିଷ୍ଟ ମିଡିଆର ତଥ୍ୟକୁ ଷ୍ଟୋର କରିପାରିବ । ଏହି ସୂଚନା ଦ୍ୱାରା ଇନଷ୍ଟାଗ୍ରାମ ଦ୍ୱାରା ଆଟାଚ ହୋଇଥିବା ଫେସବୁକ ଆକାଉଣ୍ଟକୁ ମଧ୍ୟ ହ୍ୟାକର ଆକସେସ କରିପାରିବେ ।

ସେ ଆହୁରି କହିଛନ୍ତି କମ୍ପାନୀକୁ ଏହି ତ୍ରୁଟିକୁ ସୁଧାରିବା ପାଇଁ ଦୁଇମାସ ଲାଗିଥିଲା । ତେବେ ଏହି ତ୍ରୁଟି ସମ୍ନାକୁ ଆଣିଥିବାରୁ ଫେସବୁକ ମୟୂରଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ପ୍ରାୟ ୨୨ ଲକ୍ଷ ଟଙ୍କା ପୁରସ୍କାର ଦେଇଛି ।

Get real time updates directly on you device, subscribe now.