fbpx
BSKY SKY
BSKY SKY

ସପ୍ତାହାନ୍ତ ସଟଡାଉନ୍ ପରେ ରାଜ୍ୟରେ ପୁଣି ଲାଗୁ ହେବ ଲକଡାଉନ୍, ଚିନ୍ତାରେ ଜନସାଧାରଣ

BSKY

ରାୟପୁର, ୨୦ା୪: ସମଗ୍ର ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଛି । ତେବେ ଛତିଶଗଡ଼ରେ କୋଭିଡ୍ ସଂକ୍ରମଣ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଜିଲ୍ଲାରେ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଲକଡାଉନ ସମୟରେ ମେଡିକାଲ ଓ ଅନ୍ୟ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ସମସ୍ତ ଜିଲ୍ଲା ପାଇଁ ଅଲଗା ଅଲଗା ଦିନରେ କଟକଣା ଲାଗୁ ହେବ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁକମା ଜିଲ୍ଲାରେ ଲକଡାଉନ ଲାଗୁ କରାଯାଇଛି । ଏହି ଜିଲ୍ଲାରେ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା ମେ ମାସ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କଟକଣା କଡ଼ାକଡ଼ି କରାଯିବ । ଏହା ପୂର୍ବରୁ ଗତ ୬ ତାରିଖରେ ଦୁର୍ଗ ଜିଲ୍ଲାରେ ଲକଡାଉନ ଲାଗୁ କରାଯାଇଥିଲା । ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୮୩୪ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୬୫ ଜଣ ମୃତ୍ୟୁବରଣ କରିଛନ୍ତି । ସଂକ୍ରମଣ ବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ଲକଡାଉନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.