fbpx

ଚାଲିଥିଲା ଏକାଡେମୀ କାଉନସିଲର୍ ମିଟିଂ, କିରୋସିନି ଢ଼ାଳି ଠିକା କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ସମ୍ବଲପୁର, ୨୦ ।୪ (ଓଡିଶା ଭାସ୍କର) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଆତ୍ମାହୁତି ଉଦ୍ୟମ । ଏକାଡେମୀ କାଉନସିଲର୍ ବୈଠକ ଚାଲିଥିବା ବେଳେ କିରୋସିନି ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ଅନେକ ଦିନ ଧରି ବିଶ୍ୱବିଦ୍ୟାଳୟରେ ଠିକାରେ କାମ କରୁଥିଲେ । ତେବେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେଠାରେ ଉତ୍ତେଜନା ଦେଖା ଦେଇଛି ।  ଠିକା କର୍ମଚାରୀଙ୍କ ନାଁ ହେଉଛି ଦୀନବନ୍ଧୁ ମିଶ୍ର । ହେଲେ ସେ କାହିଁକି ଏପରି ଆତ୍ମହତ୍ୟା ଉଦ୍ୟମ କଲେ ସେ ବିଷୟରେ ଜଣା ପଡିନାହିଁ ।

ସୂଚନାଯୋଗ୍ୟ, ଦୀନବନ୍ଧୁ କୌଣସି କାରଣରୁ ନିଜକୁ ନିଆଁ ଲଗାଉଥିବା ବେଳେ ସାଥୀ କର୍ମଚାରୀ ମାନେ ଆସି ନିଆଁ ଲିଭାଇଥିଲେ । ସେମାନେ ଫାୟାର୍ ଏକ୍ସଟିଂଗୁଇସର୍ ସାହାଯ୍ୟରେ ହୁତ୍ ହୁତ୍ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ବିଶ୍ୱବିଦ୍ୟାଳୟରୁ ସମସ୍ତେ ପଳାଯାଇଛନ୍ତି । ତେବେ ଦୀନବନ୍ଧୁଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ।

Get real time updates directly on you device, subscribe now.