fbpx

ପୃଥ୍ୱୀରାଜଙ୍କୁ ଝଟକା: ୟଶରାଜ ଫିଲ୍ମସରୁ ପୁଣି ବାଦ ପଡିଲେ ଖିଲାଡି କୁମାର

ମୁମ୍ବାଇ: ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ସିନେମା “ପୃଥ୍ୱୀରାଜ’ ଫେଲ ମାରିଛି । ଏହାପରେ ଖିଲାଡି ଷ୍ଟାରଙ୍କୁ ଲାଗିଛି ଜୋରଦାର ଝଟକା । ଅକ୍ଷୟ କୁମାରଙ୍କ ସିନେମା ରିଭ୍ୟୁର ଗ୍ରାଫ ତଳମୁହାଁ ତିବାରୁ ସେ ଆଉ ଏକ ସଯୋଗ ମଧ୍ୟ ହାତଛଡା କରିଥିବା ଚର୍ଚ୍ଚା ଜୋର ଧରିଛି । ୟଶରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟ “ଧୁମ-୪’ ପାଇଁ ତାଙ୍କୁ ବାଦ ଦେଇଥିବା ଜାଣିବାକୁ ମିଳିଛି । ଏହା ପୂର୍ବରୁ ଅକ୍ଷୟ ଧୁମ -୪ରେ ଖଳନାୟକ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

“ଧୁମ’ ଫ୍ରାଞ୍ଚାଇଜିର ଫିଲ୍ମରେ ଖଳନାୟକ ହିଁ ଅସଲ ହିରୋ ହୋଇଥାଏ । ସର୍ବପ୍ରଥମେ ଜନ ଆବ୍ରାହମ, ଏହାପରେ ହ୍ରିତିକ ରୋଶନ ଏବଂ ତୃତୀୟ ସିରିଜରେ ଅମିର ଖାନ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇଥିଲେ । ତେବେ ଚତୁର୍ଥ ସିନେମା ପାଇଁ ଦୀର୍ଘ ଦିନ ଚର୍ଚ୍ଚା ଲାଗି ରହିବା ପରେ ଅକ୍ଷୟ କୁମାରଙ୍କୁ ଏଥିପାଇଁ ଫାଇନାଲ ବୋଲି କୁହାଯାଉଥିଲା । ଏହାବ୍ୟତୀତ ସାଲମାନ ଏବଂ ଶାହରୁଖ ଖାନ ମଧ୍ୟ ଏହି ତାଲିକାରେ ଥିବା ବେଳେ ଅକ୍ଷୟ କୁମାରଙ୍କ ପୃଥ୍ୱୀରାଜ ପରେ ସେ ହିଁ ଏଥିପାଇଁ ଫିଟ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

ୟଶରାଜ ଫିଲ୍ମସ ଏବଂ ଅକ୍ଷୟ କୁମାରଙ୍କ ସମ୍ପର୍କ କଭି ଖୁସି କଭି ଗମ ଭଳି ରହିଛି । ଅକ୍ଷୟ କେବେ ପ୍ରଯୋଜକଙ୍କ ସହିତ ଫିସକୁ ନେଇ ଯୁକ୍ତିତର୍କ ହୋଇଥିବା କୁହାଯାଉଛି । ତେବେ ଏହା ପରଠୁ ଅକ୍ଷୟ କୁମାର ଏହି ବ୍ୟାନରେ ଫିଲ୍ମ କରିବାଠାରୁ ପ୍ରାୟତଃ ଦୂରେଇ ରହୁଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.