fbpx

ପୁଣି ବିବାଦ ଘେରରେ ଦିଦି: ରାଜ୍ୟ ସରକାରଙ୍କ ମନୋମୁଖୀ ଶାସନ ବିରୋଧରେ ଗର୍ଜିଲେ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ଜାତୀୟ ରାଜନୀତିରେ ଏଣ୍ଟ୍ରି ମାରିବା ସହ ବିଭିନ୍ନ ରାଜ୍ୟରେ ଟିଏମସିର ଚାରା ରୋପଣ କରିବାରେ ଲାଗିଛନ୍ତି । ଦିଦିଙ୍କର ଏକଛତ୍ରବାଦୀ ନୀତି କାହାକୁ ବା ଅଜଣା । ନିକଟରେ ସେ ପୁଣି ଏକ ବିବାଦୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ନେଇ ସ୍ୱର ଉଠାଇଛନ୍ତି ରାଜ୍ୟର ରାଜ୍ୟପାଳ ଜଗଦୀପ ଧନଖର ।

ଶ୍ରୀ ଧନଖର ଟ୍ୱିଟ୍ କରି କହିଛନ୍ତି ଯେ, ରାଜ୍ୟର ୨୪ଟି ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିପାଇଁ ମୋର ପରାମର୍ଶ ସୁଦ୍ଧା ନିଆଯାଇନାହିଁ । ଯାଦବପୁର ବିଶ୍ୱବିଦ୍ୟାଳୟ, କଲକତା ବିଶ୍ୱବିଦ୍ୟାଳୟ, ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ ସହିତ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳଳୟଗୁଡ଼ିକର ଅଫିସିଆଲ କୁଳାଧିପତି ହୋଇଥିଲେ ହେଁ ମୋତେ ଅଣଦେଖା କରାଯାଇଛି । କୁଳପତିମାନଙ୍କ ନିଯୁକ୍ତି ନେଇ କୌଣସି ଆଇନଗତ ମଞ୍ଜୁରୀକୁ ପାଳନ କରାଯାଇନାହିଁ । ରାଜ୍ୟ ସରକାର ଖୁବଶୀଘ୍ର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିନେବା ଦରକାର, ନଚେତ୍ ଏହି ନିଯୁକ୍ତି ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟପାଳ କୁଳପତିଙ୍କ ବୈଠକରେ ଯୋଗଦେବା ନେଇ ଦ୍ୱିଧା ପ୍ରକାଶ କରିଥିଲେ ।

Get real time updates directly on you device, subscribe now.