fbpx
BJD SKY
BJD SKY

ପୁଣି ଏକ ହାତୀକୁ ଗୁଳି: ସ୍ଥାନୀୟ ରେଞ୍ଜର ଦେଲେ ଆଶ୍ଚର୍ଯ୍ୟକର ମନ୍ତବ୍ୟ

BJD

ନରସିଂହପୁର: ଧିରେ ଧିରେ ହାତୀ ସମାଜ ପ୍ରତି ବଢୁଛି ବିପଦ । ରାଜ୍ୟୋର ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ସେମାନଙ୍କୁ ଅନେକ ସମୟରେ ଆକ୍ରମଣ ହେଉଥିବା ମଧ୍ୟ ଦେଖାଯାଉଛି । ସେହିଭଳି ନୂଆଗଡ ଜଙ୍ଗଲରେ ଆଉ ଏକ ହାତୀକୁ ଆକ୍ରମଣ ହୋଇଥିବା ନେଇ ଖବର ସାମନାକୁ ଆସିଛି । ଜଙ୍ଗଲ ଭିତରେ ଜଣେ ଶିକାରୀ ହାତୀକୁ ଗୁଳି ମାରିଥିବା ସ୍ଥାନୀୟ ରେଞ୍ଜର ସ୍ୱୀକାର କରିଛନ୍ତି ।

ନରସିଂହପୁର ଅନ୍ତର୍ଗତ ନୂଆପଡା ଜଙ୍ଗଲରେ ଏକ ହାତୀକୁ ଗୁଳିମାଡ କରାଯାଇଛି । କମ୍ପାଟମେଣ୍ଟ-୩ରେ ରହିତିବା ଏକ ହାତୀ ଉପରକୁ ଏହି ଆକ୍ରମଣ କରାଯାଇଛି । କୌଣସି ଏକ ଶିକାରୀ ହାତୀକୁ ଗୁଳିମାଡ କରିଥିବା ନେେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଦାୟିତ୍ୱରେ ଥିବା ସ୍ଥାନୀୟ ରେଞ୍ଜର । ତେବେ ହାତୀର କାନ ପାଖରେ ଗୁଳି ବାଜିଥିବା ସୂଚନା ଦିଆଯାଇଛି । ତେବେ ଘଟଣା ଜଣାପଡିବା ପରେ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି ।

Get real time updates directly on you device, subscribe now.