fbpx

ଟ୍ରାଫିକ୍ ଓ ପ୍ରଦୂଷଣ କମ୍ କରିବାକୁ ଗଡ଼କରୀଙ୍କ ଖାସ୍ ଯୋଜନା, ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ କାମକୁ ସମସ୍ତେ ପସନ୍ଦ କରନ୍ତି । ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଦେଶର ହାଇୱେ ଉପରେ କରାଯାଇଥିବା କାମର ଲୋକମାନେ ପ୍ରଶଂସା କରୁଛନ୍ତି । ଏବେ ସେ ଏପରି ଏକ ପ୍ଲାନ୍ ସେୟାର କରିଛନ୍ତି, ଯାହାକୁ ଶୁଣି ଆପଣ ମଧ୍ୟ ଖୁସି ହୋଇଯିବେ । ଟ୍ରାଫିକ ସମସ୍ୟା ଏବଂ ପ୍ରଦୂଷଣର ସ୍ତର ହ୍ରାସ କରିବାକୁ ସେ ଏହି ପ୍ଲାନ୍ ପ୍ରସ୍ତୁତି କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ସେ ଦିଲ୍ଲୀ ଏବଂ ହରିୟାଣାର କିଛି ବଛା ବଛା ମାର୍ଗରେ ସ୍କାଏବସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି । ଏହା ଟ୍ରାଫିକ ସମସ୍ୟା ଏବଂ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଜଳବାୟୁ ଏଜେଣ୍ଡା ହେଉଛି ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି । ପ୍ରଦୂଷଣ ସହିତ ଆର୍ôଥକ ଅଭିବୃଦ୍ଧି ଏକ ଭଲ ରଣନୀତି ନୁହେଁ । ଅଧିକ ବିବରଣୀ ନ ଦେଇ ସେ କହିଛନ୍ତି, ‘ମୁଁ ସ୍କାଏବସ୍ (ମାସ୍ ଟ୍ରାନଜିଟ୍ ସର୍ଭିସ) ଧୌଲା କୁଆନ୍ ଠାରୁ ମାନସର ପର୍ଯ୍ୟନ୍ତ ଆରମ୍ଭ କରିବାକୁ ଚାହୁଁଛି । ପରେ ଏହା ସୋହନା ପର୍ଯ୍ୟନ୍ତ ବିସ୍ତାର କରାଯିବ ।’

ତେବେ ଦିଲ୍ଲୀର ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପ୍ (ବିସିଜି) ର ଏକ କାର୍ଯ୍ୟକ୍ରମରେ ଗଡକରୀ ଏହା କହିଥିଲେ । ଗଡକରୀ କହିଛନ୍ତି ଯେ, ଭାରତରେ ଇନ୍ଧନ ଆମଦାନୀକୁ ଶୂନକୁ ହ୍ରାସ କରିବା ତାଙ୍କ ସ୍ୱପ୍ନ । ପ୍ରଦୂଷଣର ସ୍ତର ହ୍ରାସ କରିବା ଏବଂ ପେଟ୍ରୋଲିୟମ ଉତ୍ପାଦ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସେ କ୍ରମାଗତ ଭାବରେ ବୈଦ୍ୟୁତିକ ଗତିଶୀଳତାକୁ ପ୍ରୋତ୍ସାହିତ କରୁଛନ୍ତି । କିଛି ଦିନ ପୂର୍ବରୁ ସେ କହିଥିଲେ ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପେଟ୍ରୋଲ ବନ୍ଦ ହୋଇଯିବ ଏବଂ ବୈଦ୍ୟୁତିକ ଯାନ ଉପରେ ଲୋକମାନେ ନିର୍ଭରଶୀଳ ହେବ ।

Get real time updates directly on you device, subscribe now.