fbpx

ତାତୁଛି ଟିଟିଲାଗଡ: ରାଜ୍ୟର ୮ ସହରରେ ଗ୍ରୀଷ୍ମପ୍ରବାହର ଭୟାନକ ରୂପ, ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମପ୍ରବାହ । ମୋଟ ୮ଟି ସହରରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଭ୍ଗୀରକୁ ଅତିକ୍ରମ କରି ଏବେ ସର୍ବାଦିକ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ । ଏଠାରେ ସର୍ବାଧିକ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ତେବେ ଟିଟିଲାଗଡ ପରେ ଦ୍ୱିତୀୟରେ ବଲାଙ୍ଗୀରରେ ୪୨.୫ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଥିବା ବେଳେ ସୋନପୁରରେ ଏହା ୪୧.୯ ଡିଗ୍ରୀ ରହିଛି । ସେହିପରି ଝାରସୁଗୁଡାରେ ୪୧.୨ ଡିଗ୍ରୀ, ଭବାନୀପାଟଣା ଏବଂ ରାଜସ୍ଥାନରେ ରହିଛି ୪୧ ଡିଗ୍ରୀ ତାପମାତ୍ରା । ଅନ୍ୟ ପକ୍ଷରେ ସମ୍ବଲପୁର ଓ ସୁନ୍ଦରଗଡରେ ୪୦ ହିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି । ତେବେ ରାଜଧାନୀରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଗତକାଲି ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଏହା ୩୪.୮ ଡିଗ୍ରୀରେ ପହଞ୍ଚିଛି । ସେହିପରି କଟକରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Get real time updates directly on you device, subscribe now.