fbpx

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ

Advertisement

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ସରକାରୀ ତୈଳ କମ୍ପାନୀ ପକ୍ଷରୁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି । ପେଟ୍ରୋଲ ଲିଟର୍ ପିଛା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୫ ପଇସା ବୃଦ୍ଧି ହୋଇଛି । ଏହି କ୍ରମରେ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୦୩.୨୪ ଟଙ୍କା ଓ ଡିଜେଲ ୯୧.୭୭ ଟଙ୍କା ପ୍ରତି ଲିଟର୍ ପିଛା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୯.୨୫ ଟଙ୍କା ଥିବା ବେଳେ ଡିଜେଲ ୯୯.୫୫ ଟଙ୍କା ରହିଛି । ଏହି ଆଧାରରେ ଦେଶର ପ୍ରମୁଖ ସହର ମାନଙ୍କରେ ଦରଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି ।

ପୂର୍ବରୁ ହିଁ କରୋନା ପାଇଁ ସମସ୍ୟା ଲାଗି ରହିଥିବା ବେଳେ ଏହି ଦରଦାମ୍ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ଦେଶରେ କେବଳ ତୈଳଦର ନୁହେଁ ବରଂ ଖାଇବା ତେଲ, ଏଲପିଜି ଗ୍ୟାସ୍ , ପନିପରିବା ଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବି ବଢ଼ୁଛି । ଯାହାକୁ ନେଇ ଗ୍ରାହକ ଚିନ୍ତା ପ୍ରକାଶ କରିଛନ୍ତି । ସୂଚନା ଥାଉ ଯେ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ଜମ୍ମୁ-କଶ୍ମୀର ଏବଂ ଲଦାଖରୋ ପେଟ୍ରୋଲ ଦର ୧୦୦ ପାର୍ କରିଛି । ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି ।

ଆପଣ ପେଟ୍ରୋଲ ଏବଂ ଡିଜେଲର ଦର ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ରହିଛି । ଯାହା ଆପଣ ଆଇଓସିଏଲ୍ ୱେବସାଇଟ୍ ରୁ ପାଇଯିବେ ।

Get real time updates directly on you device, subscribe now.