fbpx

ହରିଦ୍ୱାର ବାହାରିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା ; କହିଲେ ଗଙ୍ଗାରେ ଭସାଇବୁ ମେଡାଲ

Advertisement

ନୂଆଦିଲ୍ଲୀ : ନ୍ୟାୟ ଦାବିରେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ମାସେ ଟପିଲାଣି । ହେଲେ ଏପର୍ଯ୍ୟନ୍ତ ସମାଧାନର କୌଣସି ସୂତ୍ର ବାହାରିପାରିନାହିଁ । ମହିଳା କୁସ୍ତି ଯୋଦ୍ଧା ନ୍ୟାୟ ପାଇବା ଦୂରର କଥା ସେମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ନିର୍ଯ୍ୟାତନ ହେଉଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି । ଖୋଦ୍ ପୋଲିସ ସେମାନଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଅଭିଯୋଗ ହୋଇଛି ।

ରବିବାର ଏହି ଆନ୍ଦୋଳନରତ ଯୋଦ୍ଧାମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ନୂତନ ସଂସଦ ଭବନ ଆଡକୁ ଯିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ପୋଲିସ ସହ ମୁହାଁମୁହିଁ ହେବା ସହ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । ବ୍ୟାରିକେଡ୍ ଭାଙ୍ଗି ନୂଆ ସଂସଦ ଭବନ ଆଡକୁ ଯିବାକୁ ଅଗ୍ରସର ହେବାରୁ ଯୋଦ୍ଧାମାନଙ୍କୁ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଆଉ ସୁଯୋଗ ଦିଆଯିବ ନାହିଁ । ସେମାନେ ଅନ୍ୟ କୌଣସି ସ୍ଥାନରେ ଆନ୍ଦୋଳନ କରିବେ ବୋଲି ପୋଲିସ କହିଛି ।

ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସଂଗୀତା ଫୋଗାଟ, ସାକ୍ଷୀ ମଲିକଙ୍କ ସମେତ ବହୁ ଶ୍ରେଷ୍ଠ କୁସ୍ତିଯୋଦ୍ଧାମାନେ ହରିଦ୍ୱାର ବାହାରିଛନ୍ତି । ଆଜି ଗଙ୍ଗାଦଶହରା ଅବସରରେ ସେମାନେ ନିଜ ମେଡାଲକୁ ଗଙ୍ଗାରେ ଭସାଇବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ୍ ୨୩ରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରି ରେସଲରମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଯୌନ ଶୋଷଣ ଅଭିଯୋଗରେ ଅନେକ ମହିଳା କୁସ୍ତିଯୋଦ୍ଧା ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.