fbpx

ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେବା ଘଟଣା, ସାଧାରଣରେ ତୀବ୍ର ଉତ୍ତେଜନା

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ବ୍ଳକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃ ନିର୍ମାଣ ଆଳରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେବାକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ନିକଟ ଅତୀତରେ ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କରାଯାଇଥିଲା । ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଏକ ପ୍ରତିମୃର୍ତ୍ତି ରହିଥିଲା । ତେବେ ଏହି ପାଚେରୀକୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରାଯିବା ଓ ନୂତନ ଗାନ୍ଧିମୃର୍ତ୍ତି  ସ୍ଥାପନ କରାଯିବାକୁ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିଲା ।ବିଭାଗୀୟ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା ।

ଏହି ପାଚେରୀକୁ ମଙ୍ଗଳବାର ଦିନ ଭାଙ୍ଗି ଦିଆଯାଇଥିଲା । ଜାତିରପିତା ମହାତ୍ମାଗାନ୍ଧିଙ୍କ ପ୍ରତିମୃର୍ତିକୁ ତାଡି ଅନ୍ୟତ୍ର ଫିଙ୍ଗି ଦିଆଯାଇଥିଲା ।ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦିଆଯିବାକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବୁଦ୍ଧିଜୀବୀମାନେ ଏପରି କାର୍ଯ୍ୟକୁ ନାପସନ୍ଦ କରିଥିଲେ । ତେବେ ଏସମ୍ପର୍କରେ ଆମ ପ୍ରତିନିଧି ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସେକ ଜାହିର ମହମ୍ମଦଙ୍କୁ ପଚାରିବାରୁ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ପାଚେରୀ ନିର୍ମାଣ ଓ ନୂତନ ଗାନ୍ଧିମୃର୍ତ୍ତିସ୍ଥାପନ ନିମନ୍ତେ ୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ନୂତନ ଗାନ୍ଧିମୃର୍ତ୍ତି ସ୍ଥାପନ କରାଯିବା ସହ ନୂତନ ପାଚେରୀ ନିର୍ମାଣ କରାଯାଇ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଉଦ୍‌ଘାଟନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.